TT Ads

କାନାଡାର ଓଟାୱା ନିକଟସ୍ଥ ରକଲ୍ୟାଣ୍ଡ ଅଞ୍ଚଳରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏ ନେଇ କାନାଡାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି।

ଦୂତାବାସ ପକ୍ଷରୁ ପୀଡିତାଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଇଛି।
କୁହାଯାଇଛି ଯେ, ଓଟାୱା ନିକଟସ୍ଥ ରକଲ୍ୟାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କ ଛୁରାମାଡ଼ ଯୋଗୁଁ ମୃତ୍ୟୁ ହେବାରେ ଆମେ ଗଭୀର ଦୁଃଖିତ। ପୋଲିସ କହିଛି ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି। କାନାଡାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ X ରେ ଏକ ପୋଷ୍ଟରେ ଏହା ଉଲ୍ଲେଖ କରାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଜି ସକାଳେ କ୍ଲାରେନ୍ସ-ରକଲ୍ୟାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି। ତଥାପି, ଏହା ସ୍ପଷ୍ଟ ହୋଇନାହିଁ ଯେ ଏହା ସେହି ଘଟଣା କି ଯାହାକୁ ଭାରତୀୟ ଦୂତାବାସ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛି।

ପ୍ରଭାବିତ ହେବ ଭାରତର ଅଳଙ୍କାର ରପ୍ତାନି

OJ Ads

Leave a Reply

Your email address will not be published. Required fields are marked *