ଜଙ୍ଗଲ ମଝିରେ କଳାହୀରାର ଖଣି

ସୁ୍ନ୍ଦରଗଡ଼଼ ଜିଲ୍ଲା ଗୋପାଳପୁର ଗାଁ ଡେଇଁ କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟ ଭିତରେ କୋଇଲା ଖଣି ଠାବ କରିଛି ଜିଲ୍ଲା ପ୍ରଶାସନ। ଠାବ ହୋଇଥିବା ଖଣିଗୁଡ଼ିକ ମଧ୍ୟରୁ ୭ଟି ଖଣିର କୋଇଲାଗଦାରେ ନିଆଁ ଲଗାଇ ନଷ୍ଟ କରିଛି ଜିଲ୍ଲା ପ୍ରଶାସନ। ଫଳରେ ଜଙ୍ଗଲ ଭିତରେ ଖଣି ଜଳୁଥିବା ଦେଖିବାକୁ ମିଳିଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଦୀର୍ଘଦିନ ଧରି ସୁନ୍ଦରଗଡ଼଼ ଜିଲ୍ଲାରେ ଚାଲିଥିବା ବେଆଇନ ଖଣିଗୁଡ଼ିକ ମଧ୍ୟରୁ ପ୍ରତିଦିନ କୋଟି କୋଟି ଟଙ୍କାର କୋଇଳା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଏ ନେଇ ସୂଚନା ପାଇବା ପରେ ଚୋରା ଖଣି ଉପରେ ପ୍ରଶାସନ, ପୁଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଏସ୍ଡିପିଓ ନିର୍ମଳ ମହାପାତ୍ର, ସୁନ୍ଦରଗଡ଼଼ ତହସିଲଦାର କୁଳମଣି ରଣବିଡ଼ା, ହେମଗିର ତହସିଲଦାର ସାରିକା ଧମେଲ ସାମିଲ ହୋଇଥିଲେ।
ଚଢ଼ଉ ସମୟରେ ଜଙ୍ଗଲ ମଝିରେ ପ୍ରାୟ ୧୦୦ରୁ ଅଧିକ ଚୋରା କୋଇଲା ଖଣି ଠାବ କରାଯାଇଛି। ସରକାରୀ ଖଣି ଭଳି ଉପର ମାଟି ବାହାର କରି ଟନ୍ ଟନ୍ କୋଇଲା ବାହାର କରାଯାଇ ବିକ୍ରି କରାଯାଉଥିବା ଜଣାପଡ଼ିଛି। କଳାହାରୀ କୁହାଯାଉଥିବା ମୂଲ୍ୟବାନ କୋଇଲାକୁ ବାହାର ରାଜ୍ୟ ଛତିଶଗଡ଼଼, ଝାରଖଣ୍ଡ, ମଧ୍ୟପ୍ରଦେଶ, ଉତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ମାଫିଆମାନେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଜଙ୍ଗଲ ଭିତରେ ୠଦାଗଦା କୋଇଲା ଗଚ୍ଛିତ ରଖାଯାଇଥିବା ଜଣାପଡ଼ିଥିଲା।
ଜଙ୍ଗଲ ଭିତରେ ଥିବା ବେଆଇନ କୋଇଲା ଖଣିରୁ କୋଇଲା ବାହାର କରି ମୁଖ୍ୟ ରାସ୍ତା ଦେଇ ବାହାର ରାଜ୍ୟର ବିଭିନ୍ନ ଅଞ୍ଚଳକୁ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ପ୍ରଶାସନ ଜାଣିବାକୁ ପାଇଥିଲା। ବଡ଼ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏତେ ବଡ଼ବଡ଼ କୋଇଲା ଖଣି ଜଙ୍ଗଲ ଭିତରେ ରହିଥିଲେ ମଧ୍ୟ ପୁଲିସ କିମ୍ବା ପ୍ରଶାସନ କିଭଳି ଜାଣି ପାରୁ ନ ଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଉଛି ସ୍ଥାନୀୟ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ତହସିଲଦାର, ଆରଆଇ କିଭଳି ଏ ନେଇ ଖବର ପାଇପାରୁ ନ ଥିଲେ ତାହା ଅନେକଙ୍କୁ ବିସ୍ମିତ କରିଛି।

ଜଙ୍ଗଲ ମଝିରେ କଳାହୀରାର ଖଣି

ଛେପ ପକାଇ ଗଣିଲେ ଲକ୍ଷେ ୧୭ ହଜାର ତଣ୍ଡ

ବିଶେଷକରି ଫୁଲବାଣୀ ଜିଲ୍ଲାରୁ କୁଢ଼କୁଢ଼ ଗଞ୍ଜେଇ ବନାରସ ଚାଲାଣ କରାଯାଉଛି। ଏଭଳି ଏକ ଘଟଣା ଆଜି ପଦାକୁ ଆସିଛି। ଫୁଲବାଣୀରୁ ବନାରସ ଗଞ୍ଜେଇ ଚାଲାଣ ବେଳେ ସୁନ୍ଦରଗଡ଼ରେ ଧରାପଡ଼ିଛି। ଏକ ବଡ଼ ସୁଟକେଶରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ଯୁବତୀ କେଉଁଆଡେ଼ ଫେରାର୍‌ ହୋଇଯାଇଛନ୍ତି।
ସେମାନେ ଫୁଲବାଣୀରୁ ସୁଟକେଶ୍‌ରେ ଗଞ୍ଜେଇ ଆଣି ସୁନ୍ଦରଗଡ଼ ଡିଆରଡିଏ ଛକରେ ନିକଟରେ ବସ୍‌ ବଦଳାଉଥିବା ବେଳେ ଭୋର୍‌ ୪ଟା ସମୟରେ ବସ୍‌ ଡ୍ରାଇଭରଙ୍କ ସନ୍ଦେହ ହୋଇଥିଲା। ଦୁଇ ଜଣ ଯୁବକ ଯୁବତୀ ସୁଟକେଶରେ କିଛି ଆପତ୍ତିଜନକ ଜିନିଷ ନେବା ନେଇ ଡ୍ରାଇଭର୍‌ ମାଲିକଙ୍କୁ ଫୋନ କରିବା ସମୟରେ ଯୁବତୀ ଜଣକ ଫେରାର୍‌ ହୋଇଯାଇଥିଲେ। ଘଟଣାସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି। ଅନ୍ୟପଟେ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଭିଡିଓକୁ ନେଇ ଉଭୟଙ୍କୁ ଚିହ୍ନଟ କରୁଛି ପୁଲିସ।
ପ୍ରକାଶ ଥାଉ କି ଉତ୍ତରପ୍ରଦେଶର ବନାରସ୍‌ ସହରରେ ଓଡ଼ିଶା ଗଞ୍ଜେଇର ବେଶ ଚାହିଦା ରହିଛି। ପ୍ରତିଦିନ ବିଭିନ୍ନ ମଠରେ ତଥା ଗଳିକନ୍ଦିରେ ଅନ୍ୟ ରାଜ୍ୟର ଗଞ୍ଜେଇ ଅପେକ୍ଷା ଓଡ଼ିଶା ଗଞ୍ଜେଇ ସେବନ କରିବାକୁ ଲୋକେ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ବିଭିନ୍ନ ଉପାୟରେ ଅସାଧୁ ବେପାରୀମାନେ ଫୁଲବାଣୀରୁ ଗଞ୍ଜେଇ ନେଇ ଉତ୍ତରପ୍ରଦେଶ ଯାଉଛନ୍ତି।