TT Ads

​​ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଦାବି କରୁଥିବା ଏକ ଦକ୍ଷିଣପନ୍ଥୀ ଗୋଷ୍ଠୀ ଦ୍ୱାରା ପ୍ରତିବାଦ ସମୟରେ ଏକ ପବିତ୍ର ପୁସ୍ତକ ପୋଡ଼ି ଦିଆଯିବାକୁ କେନ୍ଦ୍ରକରି ସୋମବାର ରାତିରେ ମହାରାଷ୍ଟ୍ରର ନାଗପୁରରେ ହିଂସା ଘଟିଥିଲା।

ହିଂସାକୁ ଦୃଷ୍ଟିରେ ରଖି ନାଗପୁରର ଅନେକ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୬୩ ଅନୁଯାୟୀ କର୍ଫ୍ୟୁ ଜାରି କରାଯାଇଛି। ବିଶେଷକରି କୋତୱାଲି, ଗଣେଶପେଠ, ତହସିଲ, ଲକଡଗଞ୍ଜ, ପଚପାଓଲି, ଶାନ୍ତିନଗର, ସକ୍କରଦରା, ନନ୍ଦନବନ, ଇମାମୱାଡା, ଯଶୋଧରନଗର ଏବଂ କପିଳନଗର ପୋଲିସ ଷ୍ଟେସନର କ୍ଷେତ୍ରାଧିକାରରେ କର୍ଫ୍ୟୁ ଲାଗୁ ହୋଇଛି।
ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ମହଲର ଚିଟନିସ୍ ପାର୍କ ଅଞ୍ଚଳରେ ସଂଘର୍ଷ ଆରମ୍ଭ ହୋଇଥିଲା। କିଛି ହିଂସାକାରୀ ପୋଲିସ ଉପରେ ପଥର ଫିଙ୍ଗାଯାଇଥିଲା। ଯେଉଁଥିରେ ୬ ଜଣ ସାଧାରଣ ନାଗରିକ ଏବଂ ତିନି ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ।

ପରେ ଉତ୍ତେଜନା କୋତୱାଲି ଏବଂ ଗଣେଶପେଠକୁ ବ୍ୟାପିଗଲା, ସନ୍ଧ୍ୟାରେ ତାହା ତୀବ୍ରତର ହୋଇଗଲା। ପ୍ରାୟ ଏକ ହଜାର ଲୋକ ପଥର ପିଙ୍ଗିବା ସହ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିଥିଲେ। ଫଳରେ ଅନେକ ଯାନବାହନ ଏବଂ ଘର କ୍ଷତିଗ୍ରସ୍ତ ହୋଇଛି। ନାଗପୁର ପୋଲିସ କମିଶନରଙ୍କ କହିବାନୁଯାୟୀ ଅନୁଯାୟୀ, ରାତି ଆଠଟାରୁ ସାଢେ଼ ଆଠଟା ମଧ୍ୟରେ ହିଂସା ଶୀର୍ଷରେ ପହଞ୍ଚିଥିଲା। ଯାହା ଫଳରେ ସୁରକ୍ଷା ବାହିନୀ ହସ୍ତକ୍ଷେପ କରିଥିଲେ।

ନାଗପୁରର ହଂସପୁରୀ ଅଞ୍ଚଳରେ ହିଂସା ବ୍ୟାପିଗଲା, ଯେଉଁଠାରେ ଅଜ୍ଞାତ ବ୍ୟକ୍ତିମାନେ ଦୋକାନ ଭଙ୍ଗାରୁଜା କରିଥିଲେ, ଯାନବାହାନ ପୋଡ଼ି ଦେଇଥିଲେ ଏବଂ ପଥର ମାଡ଼ କରିଥିଲେ ଯାହା ପୂର୍ବରୁ ମାହାଲରେ ଏକ ସଂଘର୍ଷକୁ ଉତ୍ତେଜନା ବୃଦ୍ଧି କରିଥିଲା। ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ ଟା ମଧ୍ୟରେ ପୁରୁଣା ଭଣ୍ଡାରା ରୋଡ୍ ନିକଟରେ ଏକ ନୂତନ ସଂଘର୍ଷ ଆରମ୍ଭ ହୋଇଥିଲା। ଯେଉଁ ଥିରେ ଉତ୍ତେଜିତ ଜନତା ଅନେକ ଯାନବାହାନ ପୋଡ଼ି ଦେଇଛନ୍ତି।

ହିଂସା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଲୋକମାନଙ୍କୁ ଶାନ୍ତି ଏବଂ ସଦଭାବନା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଦ୍ୱାରା ଉଦ୍ଧୃତ ପୋଲିସ ଅନୁସାରେ, ବଜରଙ୍ଗ ଦଳର ସଦସ୍ୟମାନେ ମହଲରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦର୍ଶନ କରିବା ପରେ ଅପରାହ୍ନରେ ଅଶାନ୍ତି ଆରମ୍ଭ ହୋଇଥିଲା।

କେଉଁ ବେଦ ନିହାତି ପଢ଼ିବା ଦରକାର

TT Ads

Leave a Reply

Your email address will not be published. Required fields are marked *