TT Ads

ଟ୍ରେନ୍ ଅପହରଣ ଘଟଣା ସମ୍ପର୍କରେ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ ୨୧୪ ଜଣ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦାବି କରିଛି

ସଙ୍ଗଠନ ଅଭିଯୋଗ କରିଛି ଯେ ତାଙ୍କ ସହ ପାକିସ୍ତାନ ଆଲୋଚନା କରିବାକୁ ମନାକରିବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନୀ ସେନା କଏଦୀ ବିନିମୟ ପାଇଁ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲା। ବିଏଲ୍ଏର ଦାବିକୁ ପାକିସ୍ତାନ ସରକାର ଅଣଦେଖା କରିବା ଯୋଗୁ ୨୧୪ ଜଣଙ୍କ ସମେତ ୯୦ ଜଣ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଛି।
BLA ଏହାର ୧୨ ଜଣ ମୁଜାହିଦିନଙ୍କ ମୃତ୍ୟୁକୁ ମଧ୍ୟ ସ୍ୱୀକାର କରିଛି, ଯେଉଁଥିରେ ମାଜିଦ ବ୍ରିଗେଡର ପାଞ୍ଚ ଜଣ ଫିଦାୟିନ ମଧ୍ୟ ସାମିଲ ଥିଲେ, ଯାହାକୁ ଏହା ‘ଅପରେସନ୍ ଦାରା-ଏ-ବୋଲାନ୍’ନାମରେ ନାମିତ କରିଥିଲା। ଅପରପକ୍ଷେ ଏ ନେଇ ପାକିସ୍ତାନ ସରକାର
ଶୁକ୍ରବାର ସମ୍ପୂର୍ଣ୍ଣ ବିପରୀତ ବିବୃତି ଦେଇଛି। ବଳୁଚସ୍ଥାନରେ ମାତ୍ର ୨୬ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି। ସେନା ସ୍ୱୀକାର କରିଛି ଯେ ନିହତ ବନ୍ଧକଙ୍କ ମଧ୍ୟରେ କେବଳ ୧୮ ଜଣ ସେନା ଏବଂ ଅର୍ଦ୍ଧସାମରିକ ସୈନିକ ଥିଲେ।

ପାକିସ୍ତାନର ଉଦ୍ଭଟ ଅଭିଯୋଗ; ଟ୍ରେନ୍‌ ଅପହରଣ ପାଇଁ ଭାରତ ଦାୟୀ

TT Ads

Leave a Reply

Your email address will not be published. Required fields are marked *