TT Ads

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆଉ ସୁନା ଦୋକାନକୁ ଯିବାକୁ ପଡ଼ିବନି। ଆପଣ ଯେତିକି ସୁନା କିଣିବାକୁ ଚାହିଁବେ ସେତିକି ପରିମାଣ ଉଲ୍ଲେଖ କଲେ ଏଟିଏମରେ ଉପଲବ୍ଧ ହୋଇପାରିବ

ଏହା ଆମେରିକା, ଇଂଲଣ୍ଡ ଭଳି ଦେଶ ନୁହେଁ; ଏବେ ଭାରତରେ ଉପଲବ୍ଧ ହେଉଛି। ପ୍ରସିଦ୍ଧ ତିରୁପତି ମନ୍ଦିରରେ ବଲଜୀଙ୍କୁ ଶ୍ରଦ୍ଧାଳୁମାନେ ନିୟମିତ ସ୍ଵର୍ଣ୍ଣ ଦାନ କରିଥାନ୍ତି। କିନ୍ତୁ ବାହାରୁ ସୁନା କିଣି ଆଣିବାରେ ଲୁଟ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁନା କଏନ୍ ଏଟିଏମ୍ ପ୍ରତିଷ୍ଠା କରାଯିବାକୁ ଯାଉଛି। କିନ୍ତୁ ଏଠାରେ କେବଳ ସୁନା କଏନ୍ ହିଁ ଉପଲବ୍ଧ ହେଉଛି। ପ୍ରଥମେ ୩ ପ୍ରକାର କଏନ୍ ରହିବ। ୨ ଗ୍ରାମ, ୫ ଗ୍ରାମ ଓ ୧୦ ଗ୍ରାମର କଏନ୍ ମିଳିପାରିବ। ଯେଉଁ କଏନରେ ଭେଙ୍କେଟେଶ୍ୱର୍ ଓ ଲକ୍ଷ୍ମୀଙ୍କ ପ୍ରତିଛବି ରହିବ।
ଏହାର ସୁରକ୍ଷାକୁ ମନ୍ଦିର କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଉଛନ୍ତି। ବିଶେଷକରି ଅଧିକ ସୁରକ୍ଷା କର୍ମୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ଏହା ବିଶ୍ଵର ପ୍ରଥମ ସୁନା କଏନ୍ ଏଟିଏମ ବୋଲି କୁହାଯାଉଛି।

TT Ads

Leave a Reply

Your email address will not be published. Required fields are marked *