ତିନି ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲେ ପତ୍ନୀ। ସେଥିପାଇଁ ବାପା ଦ୍ଵିତୀୟ ବିବାହ କରିଥାନ୍ତେ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିଲେନି ପୁଅ। ବାପାଙ୍କ ବାହାଘର ପ୍ରସ୍ତାବ ଶୁଣି ଆତ୍ମହତ୍ୟା କଲେ ଦୁଇ ପୁଅ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ। ଫତେଗଡ ଥାନା ଧାନଚାଙ୍ଗଡ଼ା ଗାଁରେ ଆତ୍ମହତ୍ୟା କରିଛନ୍ତି ଦୁଇ ପୁଅ। ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କ ବୟସ ୧୪ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୧୧ ବର୍ଷ। ବେକରେ ଲୁଗା ବାନ୍ଧି ଦୁଇ ପୁଅ ଘରେ ଝୁଲି ପଡିଛନ୍ତି। ଖବର ପାଇ ଫତେଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି। ଏହି ଘଟଣାରେ ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୁଲିସ।
ତେବେ କେଉଁ ପରିସ୍ଥିତିରେ ବାପା ଦ୍ଵିତୀୟ ବିବାହ ପାଇଁ ଚାହୁଁଥିଲେ ଏଵଂ କଣ ପାରିବାରିକ ସମସ୍ୟା ଥିଲା ସେ ଦିଗକୁ ଚିନ୍ତା କରି ପୁଲିସ ପଦକ୍ଷେପ ଗ୍ରହଣ କରିବ ବୋଲି ଥାନା ଅଧିକାରୀ କହିଛନ୍ତି।


