TT Ads

Farmers suffer brokers profit

ଚାଷୀ ତା’ର ଲହୁଲୁହ ଦେଇ ଅମଳ କରୁଛି ଅମୃତ ସମ କଞ୍ଚା ପଣସ। କିନ୍ତୁ ବିକ୍ରି ପାଇଁ ମିଳୁନି ପ୍ରକୃତ ବଜାର। ଯେଉଁଥିପାଇଁ ସେଗୁଡ଼ିକ ଶାଗମାଛ ଦରରେ ଦଲାଲମାନେ ନେଇ ମାଲେମାଲ୍‌ ହେଉଛନ୍ତି। ତେଣେ ଚାଷୀ ଯେଉଁ ଅଭାବରେ ରହିବା କଥା ସେହି ଅଭାବରେ ରହି ଯାଉଛି। ଏଭଳି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ନିୟମଗିରି ପର୍ବତ ଅଞ୍ଚଳରେ
କେବଳ ପଣସ ନୁହେଁ; ଏଠାରେ ଉତ୍ପାଦିତ ସପୁରି, ଆମ୍ବ, ପଣସ ପରି ଅନେକ ପ୍ରକାରର ଫଳର ଉଚିତ୍‌ମୂଲ୍ୟ ପାଇପାରୁ ନାହାଁନ୍ତି ଡ଼ଙ୍ଗରିଆ କନ୍ଧ ଜନଜାତି। ବିଶେଷ କରି ନିୟଗିରି ପର୍ବତରେ  ଉତ୍ପାଦିତ ହେଉଥିବା କଞ୍ଚା ପଣସର ଚାହିଦା ରାଜ୍ୟ ବାହାରେ ବେଶ୍‌ ଅଧିକ ରହିଥିଲେ ମଧ୍ୟ ଏହାକୁ ସଂଗ୍ରହ କରି ବିକ୍ରି କରୁଥିବାଂ ଡଙ୍ଗରିଆ ଜନଜାତି ସେମାନଙ୍କ ପ୍ରକୃତ ମୂଲ୍ୟ ପାଇପାରୁ ନାହାନ୍ତି। ଉପଯୁକ୍ତ ବଜାର ଅଭାବରୁ ସେମାନେ ଅଭାବୀ ବିକ୍ରିର ଶିକାର ହେଉଛି।

ପ୍ରକାଶ ଥାଉ କି ନିୟମଗିରି ପର୍ବତକୁ ଲାଗି ରାୟଗଡା ଜିଲ୍ଲାର ବିଷମକଟକ, ମୁନିଗୁଡ଼ା ଓ କଲ୍ୟାଣସିଂହପୁରର ପ୍ରାୟ ଶତାଧିକ ଗ୍ରାମରେ ପଣସ ଚାଷ ହେଉଛି। ନିୟମଗିରି ଅଞ୍ଚଳରେ କେବଳ ୨୦ ହଜାର ପଣସ ଗଛ ରହିଛି। ବର୍ଷିକ ପ୍ରାୟ ହଜାରେ ଟନ୍‌ ପଣସ ଡଙ୍ଗରିଆ କନ୍ଧ ଉତ୍ପାଦନ କରିଥାନ୍ତି। ଜୈବିକ ପଦ୍ଧତିର ଉତ୍ପାଦନ ପାଇଁ ଏହା ସ୍ୱାଦିଷ୍ଟ ହୋଇଥାଏ। ଯାହାକୁ ରାଜ୍ୟ ବାହାର ଲୋକେ ନେଇଥାନ୍ତି। ବିଶେଷକରି ଏଠାକାର ପଣସ ଛତିଶଗଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟରେ ଚାହିଦା ରହିଛି। ଯାହାର ସୁଯୋଗ ନେଇ ରାଜ୍ୟ ବାହାର ଦଲାଲ ସ୍ଥାନୀୟ ଲୋକଙ୍କୁ ହାତ କରି ପଣସ ସଂଗ୍ରହ କରୁଛନ୍ତି ଓ ସେଗୁଡ଼ିକୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି।

ଏହାକୁ ବିକ୍ରି କରି ଦଲାଲ ମାଲେମାଲ୍‌ ହେଉଥିବା ବେଳେ ଚାଷୀମାନେ ଏହାର ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ବଜାର ନ ଥିବାରୁ ଦଲାଲମାନେ ପଣସ କିଲୋପ୍ରତି ୧୫ରୁ ୨୦ ଟଙ୍କାରେ କିଣି ରାଜ୍ୟ ବାହାରରେ ଚଢ଼ା ଦରରେ ବିକ୍ରି କରିଥାନ୍ତି। ଅପରପକ୍ଷେ ଏଠାରେ ପଣସ ସଂରକ୍ଷଣ କରି ରଖିବା ପାଇଁ ଶିତଳଭଣ୍ଡାର ନ ଥିବାରୁ ପଣସ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ସେଗୁଡ଼ିକ ଡଙ୍ଗରିଆ କନ୍ଧମାନେ ଶାଗମାଛ ମୂଲରେ ବିକ୍ରି କରିଦେଇଥାନ୍ତି।

Farmers suffer brokers profit

TT Ads

Leave a Reply

Your email address will not be published. Required fields are marked *