Indian Women Hanged in UAE
ଏକ ୪ ମାସର ଶିଶୁକୁ ଟିକା ଦେବା ପରେ ତାର ମୃତ୍ୟୁକୁ ନେଇ ଜଣେ ୩୩ ବର୍ଷୀୟା ଭାରତୀୟ ମହିଳାଙ୍କୁ ଆବୁଧାବୀରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ମୃତକ ହେଲେ ଶହାଜାଦୀ ଖାଁ।
ଖବର ନେବାରୁ ଜଣାପଡ଼ିଛି ଯେ, ଶହାଜାଦୀ ଏକ ୪ ମାସର ଶିଶୁର କେୟାର ଗିଭର ଥିଲେ। ତାଙ୍କୁ ଟିକା ଦିଆଯିବା ପରେ ଶିଶୁର ମୃତ୍ୟୁ ହୋଇଥିଲା। ତାଙ୍କୁ ୨୦୨୩ ଫେବୃୟାରୀ ୧୦ ତାରିଖରେ ଆବୁଧାବୀ ପୁଲିସ ଗିରଫ କରିଥିଲା। ଏ ନେଇ ଅଦାଲତରେ ଦାର୍ଘ ୩ ବର୍ଷର ଶୁଣାଣୀ ପରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ତାଙ୍କୁ ଗତ ୧୫ ତାରିଖରେ ଫାଶୀ ଦିଆଯାଇଥିବା ବେଳେ ଆସନ୍ତା ମାର୍ଚ୍ଚ ୫ ତାରିଖରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଶାହାଜାଦୀଙ୍କ ବାପା ଗତକିଛିଦିନ ତଳେ ଏ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ୟୁଏଆଇର ବିଚାର ଅନୁଯାୟୀ ତାଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି। ଶହାଜାଦୀଙ୍କ ଘର ଭାରତର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି। ସେ ୟୁଏଆଇରେ ଚାକିରି କରୁଥିଲେ।
Indian Women Hanged in UAE
ଆମର ପତ୍ରିକା ବିଭାଗ ପରିଦର୍ଶନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ |



