ହାତୀ ଧାନ, ମୁଗ, ବିରି ଆଦି ଫସଲ ଖାଉଥିବା ଆପଣ ଜାଣିଥିବେ। ହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟହେବେ ହାତୀ ୮୦ ହଜାର ଟଙ୍କା ଖାଇ ଦେଇଛନ୍ତି। ଏକଥା ଅବିଶ୍ୱାସ ହେଲେ ବି ସତ୍ୟ।। ଘଟଣାଟିଘଟିଛି ରାୟଜଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳରେ।
ସପ୍ତାହବ୍ୟାପୀ ବିଷମକଟକ ବ୍ଲକ ଅନ୍ତର୍ଗତ ଭାପତପୁର ପଞ୍ଚାୟତର କୁମ୍ଭାରବାଡି ଗାଁରେ କିଛି ଦୂର କଟରିଗୁଡା ଗାଁ ଦୁଇ ଦିନରେ ଦୁଇ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛନ୍ତି ହାତୀ ପଲ। ଶୁକ୍ରବାର ରାତିରେ ନାରାୟଣ ହୁଇକାଙ୍କ ପରିବାର ଲୋକ ହାତୀପଲର ଗର୍ଜନ ଶୁଣି ଘର ଛାଡି ଅନ୍ୟତ୍ର ଲୁଚି ଯାଇଥିଲେ। ହାତୀପଲ ଘରମୁହାଁ ହୋଇ ଚାଳ ଛପର ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେବା ସହ ଘରେ ରହିଥିବା କଷ୍ଟ ଉପାର୍ଜୀତ ଧାନ, ଚାଉଳ, ମାଣ୍ଡିଆ,ଘରର ଆସବାବପତ୍ର ସୋଲାରଲାଇଟ ନଷ୍ଟ କରି ଦେଇଥିଲେ। କେବଳ ସେତିକି ନୁହେଁ, ମାଣ୍ଡିଆ ବସ୍ତା ଭିତରେ ରଖିଥିବା ୮୦ହଜାର ଟଙ୍କାକୁ ମଧ୍ୟ ହାତୀପଲ ଖାଇଦେଇଥିବା ନାରାୟଣ କହିଛନ୍ତି।
ହାତୀ ପଲ ଘର ଭାଙ୍ଗିବା ପରେ ବଗିଚାରେ କଦଳୀ, ପଣସ ଏବଂ ଆମ୍ବ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀପଲ୍ ଦିନ ତମାମ ସେହି ସ୍ଥାନରେ ରହି ପୁଣି କାଲି ରାତିରେ ଲକି ପ୍ରସ୍କାଙ୍କ ଘର ଭାଙ୍ଗିଦେଇ ଘୋରେ ସଞ୍ଚିତ ଖାଦ୍ୟ ସାମଗ୍ରୀ ଖାଇଛନ୍ତି। ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ହାତି ପାଦ ଚିହ୍ନକୁ ଚିହ୍ନଟ କରି ୨୪ରୁ ଊର୍ଦ୍ଧ୍ୱ ହାତୀପଲ ରହିଥିବାର ଜାଣିବାକୁ ପାଇଥିଲେ। ହାତୀମାନେ ଏବେ ବି ନିକଟସ୍ଥ ଜଙ୍ଗଲରେ ରହିଥିବା କହିଛି ବନ ବିଭାଗ।
ହାତୀର ଗତବିଧି ଉପରେ ବନ ବିଭାଗ ନଜର ରଖିଥିବାବେଳେ ରାତ୍ରି ସମୟରେ ହାତୀ ଚଳପ୍ରଚଳ ଆରମ୍ଭ କରିବ ବୋଲି ସୂଚନା ରହିଛି। ତେବେ ସେହି ଜଙ୍ଗଲ ଦେଇ ଟ୍ରେନ୍ ଲାଇନ୍ ରହିଥିବା ବେଳେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳର ଗତି କମେଇ ଦିଆଯାଇଛି। ହାତୀମାନେ କଲ୍ୟାଣସିଂହପୁରସ୍ଥ ନିୟମିଗିରି ଜଙ୍ଗଲରୁ ଓହ୍ଲାଇ ଆସିଥିବା ବନ ବିଭାଗ ସୂଚନା ଦେଉଛି। ହାତୀପଲ ଗାଁ ନିକଟ ଜଙ୍ଗଲରେ ରହିଥିବାରୁ କୁମ୍ଭାରବାଡି ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି।