TT Ads

ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଁ ନୌସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନିକ ଶକ୍ତିଶାଳି ଯୁଦ୍ଧପୋତ ‘ତମାଲ’। ଋଷୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଯୁଦ୍ଧାପୋତ ଦ୍ଵାରା ଘାତକ ବ୍ରହ୍ମୋସ ଆଣ୍ଟି-ରିପ୍ ମିସାଇଲ୍ ଉତକ୍ଷେପଣ କରାଯାଇ ପାରିବ।

ସାମରିକ ବିଭାଗ ସୂଚନା ଅନୁଯାୟୀ ୨୦୨୫ ଶେଷ ସୁଦ୍ଧା ଭାରତୀୟ ନୌସେନା ୪ଟି ଯୁଦ୍ଧପୋତ ସାମିଲ କରାଯିବ। ଚୁକ୍ତି ଅନୁସାରେ, ଦୁଇଟି ଯୁଦ୍ଧପୋତ ଋଷରେ ତିଆରି ହେବାକୁ ଥିବା ବେଳେ ଆଉ ଦୁଇଟି ଯୁଦ୍ଧପୋତ ଭାରତରେ ତିଆରି ହେବ।

ଯୁଦ୍ଧାପୋତଟି ଏକ ଧାରୁଆ ଅସ୍ତ୍ର ଆକୃତିର ତିଆରି କରାଯାଇଛି। ଏହାର ଆକ୍ରମଣ କ୍ଷମତା ଓ ଗତି ଶୈଳୀ ଅନ୍ୟ ଯୁଦ୍ଧ ପୋତ ତୁଳନାରେ ଅଲଗା। ଏହାର ଘଣ୍ଟାପ୍ରତି ଗତି ରହିବ ୫୫ କିଲୋମିଟର। ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଏହା ଯାଇପାରିବ। ଏହା ଶତ୍ରୁର ପିଛା କରି କରି ବିନାଶ କରିପାରିବ। ସୁପର ସୋନିକ୍ ବ୍ରହ୍ମୋସ ମିଜାଇଲ ନିକ୍ଷେପ କରାଯିବାର କ୍ଷମତା ଏହି ଯୁଦ୍ଧପୋତ ପାଖରେ ରହିଛି। ଯାହା ଅନ୍ୟ ଯୁଦ୍ଧପୋତର ନାହିଁ। ପାଣି ତଳେ ବିପଦର ମୁକାବିଲା ପାଇଁ ତମାଲରେ ଅତ୍ୟାଧୁନିକ ଆଣ୍ଟି-ସବମରିନ୍ ରକେଟ୍ ଓ ଟରପେଡୋ ସିଷ୍ଟମ ରହିଛି।
ବିପକ୍ଷ ରାଡାରରୁ ବଞ୍ଚିବା ପାଇଁ ଏଥିରେ ଉନ୍ନତମାନର ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି। ଶତ୍ରୁ ରାଡାରରେ ନ ଆସି ଶତ୍ରୁ ଉପରେ ଭରପୁର ଆକ୍ରମଣ କରିପାରିବ ଏହି ଯୁଦ୍ଧପୋତ। ଏହି ଯୁଦ୍ଧପୋତରେ ସ୍ଥିତି ନିରୀକ୍ଷଣ ଓ ଯୁଦ୍ଧ ମିଶନ ପାଇଁ ଲଢୁଆ ହେଲିକପ୍ଟର ମୁତୟନ ହୋଇ ରହିବ।

TT Ads

Leave a Reply

Your email address will not be published. Required fields are marked *