ଭୁବନେଶ୍ୱର, କଟକ ଡିସିପିଙ୍କ ସମେତ ଆଇପିଏସ ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।
ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ନିଯୁକ୍ତି ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍ଟିଏଫ୍ ଡିଆଇଜି ଭାବେ ବଦଳି କରାଯାଇଛି। ରାଜ୍ୟ ସରକାର ଏସ୍ ଏମ୍ ନରୱାଣେଙ୍କୁ ଓଏଚ୍ଆରସିର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ଵ ଦିଆଯାଇଛି।
ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍ଆରପିସିରେ ଏଡିଜି, ଆଇଜି ଏସ୍ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି କରାଯାଇଛି। ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଆଇଜି (ଗୃହରକ୍ଷୀ ଓ ଅଗ୍ନିଶମ) ଦୀପକ କୁମାରଙ୍କୁ ଆଜି, (ଅପରେସନ୍) ଭାବେ ବଦଳି କରାଯାଇଛି। ସେହିପରି ଆଇଜି (ଅପରେସନ) ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରାଯାଇଛି। ଗତ କିଛି ମାସ ବ୍ୟବଧାନରେ ଏବଂ ସରକାରୀ ଦଳ ବିଜେପିର ସଭାପତି ପରିବର୍ତ୍ତନ ପୂର୍ବରୁ ସରକାରଙ୍କ ଏଭଳି ବଦଳି ପଛରେ କ’ଣ ରହିଛି କାରଣ ତାହା ଜଣା ପଡିନାହିଁ।



