ଭୁବନେଶ୍ୱର, କଟକ ଡିସିପିଙ୍କ ସମେତ ଆଇପିଏସ ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।
ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ନିଯୁକ୍ତି ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି କରାଯାଇଛି। ରାଜ୍ୟ ସରକାର ଏସ୍‌ ଏମ୍‌ ନରୱାଣେଙ୍କୁ ଓଏଚ୍‌ଆରସିର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ଵ ଦିଆଯାଇଛି।
ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍‌ଆରପିସିରେ ଏଡିଜି, ଆଇଜି ଏସ୍‌ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି କରାଯାଇଛି। ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଆଇଜି (ଗୃହରକ୍ଷୀ ଓ ଅଗ୍ନିଶମ) ଦୀପକ କୁମାରଙ୍କୁ ଆଜି, (ଅପରେସନ୍‌) ଭାବେ ବଦଳି କରାଯାଇଛି। ସେହିପରି ଆଇଜି (ଅ‌ପରେସନ) ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରାଯାଇଛି। ଗତ କିଛି ମାସ ବ୍ୟବଧାନରେ ଏବଂ ସରକାରୀ ଦଳ ବିଜେପିର ସଭାପତି ପରିବର୍ତ୍ତନ ପୂର୍ବରୁ ସରକାରଙ୍କ ଏଭଳି ବଦଳି ପଛରେ କ’ଣ ରହିଛି କାରଣ ତାହା ଜଣା ପଡିନାହିଁ।

କିଟ୍‌ ପରିସରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୩ ଜଣ ନିର୍ଦ୍ଦେଶକ ଓ ୨ ଜଣ ସୁରକ୍ଷା କର୍ମୀ।

ନିର୍ଦ୍ଦେଶକ ୩ ଜଣ ହେଲେ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତ୍ତି, ସୁଧୀର ରଥ। ସେହିଭଳି ଗରଫ ସୁରକ୍ଷା କର୍ମୀ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ କିଟ୍‌ ପରିସରରେ ପଶିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ସୁରକ୍ଷା କର୍ମୀ ଓ ଛାତ୍ର ସଂଗଠନ କର୍ମକର୍ତ୍ତାଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି କାଠମାଣ୍ଡୁ କଂଗ୍ରେସ ସଂଗଠନ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି।
ଅପରପକ୍ଷେ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ରକ୍ଷା ଯାଇଛି। କମିଟି ଆଧାରରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉ କି କିଟ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ମୃତ୍ୟୁର ପ୍ରତିବାଦ ଓ ଅଭିଯୁକ୍ତକୁ ଗିରଫ ଦାବିରେ ଛାତ୍ରଛାତ୍ରୀମାନେ ଭଙ୍ଗାରୁଜୁ କରିଥିଲେ। ଏହି ଘଟଣାରେ ସୁରକ୍ଷା କର୍ମୀମାନେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।