TT Ads

ଶୁକ୍ରବାର ସାରା ରାଜ୍ୟରେ ଆରମ୍ଭ ହୋଇଥିବା ମ୍ୟାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ହିଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅଘଟଣ ନେଇ ଖବର ଆସିଛି
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ବୋଲେରୋ ଯୋଗେ ଖମାରସାହି ନାଗାନାରାୟଣୀ ହାଇସ୍କୁଲକୁ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟି ୧୧ ଜଣ ଆହତ ହୋଇଛନ୍ତି। ଏଥିସହିତ ବୋଲେରୋ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ଆହତ ଛାତ୍ରଛାତ୍ରୀମାନେ ତଳଚୁଆ ଓ ବାଘମାରି ଅଞ୍ଚଳର ବୋଲି ଜଣାପଡ଼ିଛି।
ସେହିଭଳି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ବାହାରୁଥିବା ଜଣେ ଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକାଶ ଥାଉ କି ଆଜି ରାଜ୍ୟର ମୋଟ ୩ ହଜାର ୧୧୩ ଟି କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିଲା।

TT Ads

Leave a Reply

Your email address will not be published. Required fields are marked *