TT Ads

ଶତ୍ରୁ ଆଘାତ ଯେତେ କଷ୍ଟ ଦିଏନା, ନିଜଲୋକର ସାମାନ୍ୟ କଟୁକଥା ତା’ଠୁ ବହୁଗୁଣ ଅଧିକ କଷ୍ଟ ଦେଇଥାଏ।
ଛୋଟ ଗପଟିଏ ଆସନ୍ତୁ ଜାଣିବା।

ଗୋଟିଏ ସହରରେ ପାଖାପାଖି ଥିଲା ଦୁଇଟି ଦୋକାନ। ଗୋଟିଏ କମାର ଶାଳ; ଯେଉଁଠି ଲୁହାର ଯନ୍ତ୍ରପାତି ତିଆରି ହେଉଥିଲା। ଅନ୍ୟ ଦୋକାନଟି ଥିଲା ଏକ ବଣିଆର, ଯେଉଁଠାରେ ସେ ସୁନା ଗହଣା ପ୍ରସ୍ତୁତ କରୁଥିଲା।ସୁନାଗ୍ରହଣା ପ୍ରସ୍ତୁତ କରାଯାଉଥିବା ଦୋକାନରୁ ସୋର ଶବ୍ଦ ଶୁଣାଯାଉ ନ ଥିଲା। ହେଲେ କମାର ଶାଳରୁ ପ୍ରଚଣ୍ଡ ପରିମାଣରେ ହାତୁଡ଼ି ପିଟାର ଶବ୍ଦ ଭାସି ଆସୁଥିଲା।

ଏମିତି କିଛିଦିନ ଗଲା। ଦିନେ ଏକସଙ୍ଗରେ କମାରଶାଳରୁ ଖଣ୍ଡିଏ ଲୁହା ଆଉ ବଣିଆ ଦୋକାନରୁ ଖଣ୍ଡିଏ ସୁନା ଛିଟିକି ଆସି ଗୋଟିଏ ସ୍ଥାନରେ ପଡ଼ିଲେ। ସୁନା ଲୁହାକୁ ଦେଖିଲା। ଲୁହା ବି ସୁନାକୁ ଅନେଇଲା। ସୁନା ପଚାରିଲା, ଲୁହା, ଗୋଟେ କଥା ପଚାରିବି ସତ କହିବୁ? ତୁ ହାତୁଡ଼ିରେ ମାଡ଼ ଖାଉଛୁ। ମୁଁ ବି ହାତୁଡ଼ିରେ ମାଡ଼ ଖାଉଛି। ମୁଁ ତ ପାଟି କରୁନି। ତୁ ଏତେ ବଡ଼ ପାଟି କରୁଛୁ କାହିକି? ଲୁହା କହିଲା, ସୁନା କହିଲୁ, ତୁ ଯେଉଁ ହାତୁଡ଼ିରେ ମାଡ଼ ଖାଉଛୁ ତାହା କେଉଁଥିରେ ତିଆରି। ସୁନା କହିଲା, ଲୁହାରେ ତିଆରି

ଲୁହା କହିଲା- ତୁ ସୁନା, ତୁ ମାଡ଼ ଖାଉଛୁ ଲୁହାରେ। ହେଲେ ମୁଁ ଲୁହା, ମତେ ପିଟୁଛି ଆଉ ଗୋଟେ ଲୁହା। ତୁ ସିନା ପରଲୋକ ହାତରୁ ମାଡ଼ ଖାଉଛୁ। ହେଲେ ମୁଁ ପରା ମୋ ନିଜ ଲୋକଦ୍ୱାରା ପିଟା ଖାଉଛି। ନିଜ ଲୋକର ଛାଟ ପଡ଼ିଲେ ଏତେ କାଟେ ଯେ ନ କାନ୍ଦି ରହିହୁଏନାହିଁ। ତୁ ଯେବେ ସୁନା ହାତୁଡ଼ିରେ ମାଡ଼ ଖାଇବୁ ସେଦିନ ଜାଣିବୁ ନିଜ ଲୋକର ବିଶ୍ୱାସଘାତକତା କେତେ ବାଧେ !

ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *