ଆପର୍ଟମେଣ୍ଟ ପଞ୍ଜୀକରଣ ନେଇ ଫେବୃଆରୀ ପହିଲାରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରହିତାଦେଶ ଲଗାଛନ୍ତି ହାଇକୋର୍ଟ।
୨୦୨୩ ଅକ୍ଟୋବର ୧୩ରେ ଓଡିଶା ଆପାର୍ଟମେଣ୍ଟ ମାଲିକାନାସତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା। ରେରା ଆଇନର ବ୍ୟବସ୍ଥା ଅନୁଯାୟୀ ଫ୍ଲାଟ ମାଲିକ ସଂଘ ସପକ୍ଷରେ କମନ ଏରିଆର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରମୋଟରଙ୍କ ଉତର ଦାୟିତ୍ୱ ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। ନିୟମରେ ଆପାର୍ଟମେଂଟ ମାଲିକ ଏବଂ ଫ୍ଲାଟ ମାଲିକର ଅଧିକାର ଏବଂ ଦାୟିତ୍ୱ ସମ୍ପର୍କରେ ଉଲ୍ଲେଖ ରହିଛି।୨୦୨୩ ଅକ୍ଟୋବରରେ ଏହି ଆଇନ ପ୍ରଣୟନ କରାଯାଇ ଡ୍ରାଫ୍ଟ ନିୟମ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏହାପରେ ସରକାର ଏଥିରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ସମ୍ପୃକ୍ତ ଅଂଶୀଦାରଙ୍କ ଠାରୁ ପରାମର୍ଶ ଆହ୍ୱାନ କରିଥିଲେ।
ଫେବୃଆରୀ ଆରମ୍ଭରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଓଡିଶା ଆପାର୍ଟମେଣ୍ଟ ମାଲିକାନାସତ୍ୱ ଓ ପରିଚାଳନା ନିୟମ ଆଣିଥିଲେ ରାଜ୍ୟ ସରକାର । ଏଥିରେ ଆପାର୍ଟମେଣ୍ଟ ମାଲିକଙ୍କ ସଂଘ ଗଠନ ଓ ପଞ୍ଜୀକରଣ ନେଇ ସବିଶେଷ ନିୟମ ରହିଥିଲା। ଯାହାଦ୍ବାରା ଆପାର୍ଟ ମେଣ୍ଟ କିଣାବିକା ନେଇ ବାଟ ଫିଟିଥିଲା।


