ଗତବର୍ଷ ଦେଶରେ ସୁନାର ଚାହିଦା ୯ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ହିଁ ସୁନାର ଚାହିଦା ହ୍ରାସ ନେଇ ସୂଚନା ଦେଇଛି ବିଶ୍ଵ ସୁନା ପରିଷଦ।
୨୦୨୫ ଆରମ୍ଭରୁ ସୁନା ଦର ଅମୂଲମୂଲ ହୋଇପଡ଼ିଛି। ୧୦ ଗ୍ରାମ୍‌ର ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୮୦ ହଜାର ପାର୍‌ କରିଛି। ଅପରପକ୍ଷେ ଏହି ମୂଲ୍ୟବାନ ଧାତବ ପଦାର୍ଥର ଦାମ୍‌ ଚାହିଦା ଆଗାମୀ ଦିନରେ ଭାରତରେ ସୁନା ଚାହିଦା ହ୍ରାସ ପାଇବ ବୋଲି ଆକଳନ କରିଛି ବିଶ୍ୱ ସୁନା ପରିଷଦ। ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସୁନା ଗହଣାର ଚାହିଦା କମିଲେ ମଧ୍ୟ ନିବେଶ ଉଦ୍ଦେଶ୍ୟରେ ସୁନା ଚାହିଦା ବୃଦ୍ଧି ପାଇବ। ବିଶ୍ୱ ସୁନା ପରିଷଦର ସିଇଓ ସଚିନ ଜୈନ କହିଛନ୍ତି, ୨୦୨୪ରେ ଦେଶରେ ସୁନା ଚାହିଦା ୮୦୨.୮ ଟନ୍‌ ଥିଲା।  ୨୦୨୫ରେ ତାହା ୭୦୦ କିମ୍ବା ୮୦୦ ଟନ୍‌କୁ ହ୍ରାସ ପାଇବ। ସେ ଆହୁରି କହିଛନ୍ତି ଯେ, ପାରମ୍ପରିକ ଭାବେ ଯେତବେଳେ ଦେଶରେ ସୁନା ମହଙ୍ଗା ହୁଏ, ତାହା ପ୍ରଥମେ ଗହଣା କିଣୁଥିବା ଗ୍ରାହକଙ୍କୁ ପ୍ରଭାବିତ କରେ। ଯଦି ଚଳିତ ବର୍ଷ ସୁନା ଦାମ୍‌ ବଢ଼ିବ ତେବେ ଗହଣା ଚାହିଦା ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଲୋକେ ଏକ ନିର୍ଦ୍ଧିଷ୍ଟ ବଜେଟ୍‌ ଭିତରେ ସୁନା କିଣିଥାନ୍ତି। କିନ୍ତୁ ଯେଉଁମାନେ ସୁନାରେ ନିବେଶ କରୁଛନ୍ତି ସେମାନେ ଜବରଦସ୍ତ ଲାଭ ପାଇବେ ବୋଲି ସେ ଜଣାଇଛନ୍ତି। ଭାରତରେ ବିକ୍ରି ହେଉଥିବା ସୁନା ମଧ୍ୟରୁ ୭୦ ପ୍ରତିଶତ ହେଉଛି ଅଳଙ୍କାର। ନିବେଶ ଉଦ୍ଦେଶ୍ୟରେ ବିକ୍ରି ହେଉଥିବା ସୁନାର ଭାଗ ୩୦ ପ୍ରତିଶତ ରହିଛି।

ଗତ କିଛିଦିନ ଧରି ବିଶ୍ଵ ବଜାରରେ ସୁନାଦର ବଢି ଚାଲିଥିବା ବେଳେ ମଙ୍ଗଳବାର ଏହା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ପାର କରିଛି

ମଙ୍ଗଳବାର ପୂର୍ବାହ୍ନରେ ଏହାର ଦାମ୍ ୨୨ ହଜାର ୬୦୦ ଟଙ୍କା ଛୁଇଁଛି। ସେହିଭଳି ୨୪ କ୍ୟାରେଟ ସୁନା ଦର ୮୭ ହଜାର ୯୩୦ ଟଙ୍କା ରହିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି।
ସୁନାଦର ବୃଦ୍ଧି ସାଙ୍ଗକୁ ରୁପା ଦର ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଯଦିବା ଗତ ୫ ଦିନରେ ରୁପା ଦରରେ ପରିବର୍ତ୍ତନ ହୋଇନାହିଁ ଭୁବନେଶ୍ବରରେ ରୁପା କିଲୋ ପ୍ରତି ଦର ରହିଛି ୧ ଲକ୍ଷ ୭ ହଜାର ଟଙ୍କା।
ପ୍ରକାଶ ଥାଉ କି କେନ୍ଦ୍ର ସରକାରଙ୍କ ବଜେଟ୍‌ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍‌ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନାଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି। ତେବେ ଵିଵାହ ଋତୁ ଥିବାରୁ ଭାରତରେ ଏହା ଅଧିକ ପ୍ରଭାବିତ କରିଛି।