ଯୁଦ୍ଧ ପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ୍‌ ଯୋଗାଇ ଥିବାରୁ ଭାରତରେ ତୁର୍କୀ ସାମଗ୍ରୀକୁ ବ୍ୟାନ୍‌ କରିଛନ୍ତି ବ୍ୟବସାୟୀ। ତୁର୍କୀରୁ କୌଣସି ଜିନିଷ ଆଣିବେ ନାହିଁ କି ବିକ୍ରି କରିବେ ନାହିଁ ବୋଲି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।
ଏପରିସ୍ଥଳେ ଦେଶର ବିଭିନ୍ନ ସ୍ଥାନରେ ଗ୍ରାହକମାନେ ମଧ୍ୟ ଏବେ ତୁର୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଏପରିସ୍ଥଳେ ଭାରତବର୍ଷରେ ତୁର୍କୀରୁ ଆମଦାନୀ ହେଉଥିବା ସେଓ ମାର୍କେଟକୁ ପ୍ରଭାବିତ କରିଛି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତସେ ନେଇ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ଯେହେତୁ ଓଡ଼ିଶା ବଜାରେ ପୁରୁଣା ସେଓ ରହିଛି ତେଣୁ ରାଜ୍ୟବାସୀ ତୁର୍କୀ ସେଓ କିଣିବେ ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ଫଳରେ ଭାରତର ବିଭିନ୍ନ ସହରରେ ତୁର୍କୀ ସେଓ ଦେଖିବାକୁ ମିଳିନାହିଁ। ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓ (କୁ ବ୍ୟାନ କରିଛନ୍ତି । ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।
 ଘଟଣାକୁ ନେଇ ଭାରତୀୟଙ୍କ ମନରେ ତୁର୍କୀ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। କାରଣ ଆତଙ୍କବାଦୀଙ୍କ ସମର୍ଥନରେ ବାହାରିଥିଲା ତୁର୍କୀ । ଏହାକୁ ନେଇ ଭାରତରେ ବୟକଟ୍‌ ତୁର୍କୀ ଅଭିଯାନ ଆରମ୍ଭ ହୋଇଛି । ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓକୁ ବ୍ୟାନ କରିଛନ୍ତିଫ ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁଫ ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।

Trumptarrif affect Jewellery Export

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱ ବାଣିଜ୍ୟ ନୀତି ଅଧୀନରେ ଦକ୍ଷିଣ ଏସୀୟ ଦେଶର ଆଶ୍ୱସ୍ତି ଆଶାକୁ ଆଘାତ ଦେଇଛନ୍ତି। ଭାରତ ଉପରେ ଆମେରିକା ୨୬% ପାରସ୍ପରିକ ଶୁଳ୍କ ଲଗାଇଛି।ଶୁଳ୍କ ଆଶାଠାରୁ ଅଧିକ ଯୋଗୁଁ ଅଳଙ୍କାର ରପ୍ତାନିକୁ ଗୁରୁତର ଭାବେ ଏହା ପ୍ରଭାବିତ କରିପାରେ। ଭାରତର ପ୍ରମୁଖ ହୀରା ଅଳଙ୍କାର ନିର୍ମାତାମାନଙ୍କ ମଧ୍ୟରୁ ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ କହିବାନୁଯାୟୀ ଏହା ଅତ୍ୟନ୍ତ ଗମ୍ଭୀର ଭାବେ ରପ୍ତାନିକୁ ପ୍ରଭାବିତ କରିବ।
ପ୍ରକାଶ ଥାଉ କି ଭାରତ ହୀରା କଟା ଏବଂ ପଲିସିଂ ପାଇଁ ବିଶ୍ୱର ସର୍ବବୃହତ କେନ୍ଦ୍ର। ବିଶ୍ୱ ସ୍ତରରେ ପ୍ରକ୍ରିୟାକରଣ ହେଉଥିବା ପ୍ରତି ୧୦ଟି ହୀରାରୁ ୯ ଟି ଦିଗରେ ପରିଚାଳନା କରାଯାଏ।
ଭାରତର ବାର୍ଷିକ ରତ୍ନ ଏବଂ ଅଳଙ୍କାର ରପ୍ତାନିର ୩୨ ବିଲିୟନ ଡଲାରରୁ ପ୍ରାୟ ୧୦ ବିଲିୟନ ଡଲାର ବା ୪୦.୪ ପ୍ରତିଶତ ଯୁକ୍ତରାଷ୍ଟ୍ରକୁ ରପ୍ତାନି ହୋଇଥାଏ।
ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ପରେ ମଣି ଏବଂ ଅଳଙ୍କାର ହେଉଛି ଭାରତରୁ ଯୁକ୍ତରାଷ୍ଟ୍ରକୁ ତୃତୀୟ ସର୍ବାଧିକ ରପ୍ତାନି। ଦକ୍ଷିଣ ଏସୀୟ ଦେଶରେ ଏହି ଶିଳ୍ପ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଏ।
ଚୀନର ଦୁର୍ବଳ ଚାହିଦା ଯୋଗୁଁ ଏହି କ୍ଷେତ୍ର ଗତ କିଛି ମାସ ମଧ୍ୟରେ ପ୍ରଭାବିତ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷ (ଏପ୍ରିଲ-ମାର୍ଚ୍ଚ)ରେ ରପ୍ତାନି ୧୪.୫% ହ୍ରାସ ପାଇ ୩୨.୩ ବିଲିୟନ ଡଲାରରେ ପହଞ୍ଚିଛି।

Trumptarrif affect Jewellery Export

ଜଙ୍ଗଲ ମଝିରେ କଳାହୀରାର ଖଣି

ଆମର ପତ୍ରିକା ବିଭାଗ ପରିଦର୍ଶନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ

ଷ୍ଟକ୍‌ ବଜାରରେ ଆଜି ଥିଲା ସପ୍ତାହର ଶେଷ କାରବାର। ଏଥିରେ ସାଂଘାତିକ ଭାବେ ମାଡ଼ ହୋଇଛି ସେୟାର୍‌ ବଜାର। ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ୱର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ପ୍ରଭାବରେ ଭାରତୀୟ ଷ୍ଟକ ବଜାର କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି। ଆଜିର ସେୟାର ବଜାର ରେକର୍ଡ କରିଛି।

ନିଫ୍ଟି-୫୦ ଏବଂ ସେନସେକ୍ସ ଗତବର୍ଷ ସେପ୍‌ଟେମ୍ବର ମାସରେ ଥିବା ନିଜ ନିଜର ସର୍ବୋଚ୍ଚ ସ୍ତରରୁ ଏପର୍ଯ୍ୟନ୍ତ ୧୬ ପ୍ରତିଶତ ହ୍ରାସ ପାଇସାରିଲେଣି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୧.୯୦ ପ୍ରତିଶତ ବା ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ରେ ବନ୍ଦ ହୋଇଛି। ବଜାର ବନ୍ଦ ସମୟରେ ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ୨୯ଟି ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ଗୋଟିଏ ମାତ୍ର ଷ୍ଟକ୍‌ ସାମାନ୍ୟ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଥିଲା। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧.୮୭ ପ୍ରତିଶତ ବା ୪୨୨ ପଏଣ୍ଟ ହ୍ରାସ ପାଇ ଶେଷରେ ୨୨,୧୨୨ରେ ପହଞ୍ଚିଥିଲା। ବଜାର ବନ୍ଦ ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୫ଟି କାରବାର ବୃଦ୍ଧି କରିଥିବା ବେଳେ ୪୫ଟି ଷ୍ଟକ୍‌ରେ ହ୍ରାସ ପରିଲକ୍ଷିତ ହୋଇଥିଲା।
ନିଫ୍ଟିରେ ସର୍ବାଧିକ ହ୍ରାସ ଟେକ ମହିନ୍ଦ୍ରାରେ ଦେଖାଯାଇଛି ଯାହାକି ୬.୩୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କରେ ୬.୨୫ ପ୍ରତିଶତ, ୱିପ୍ରୋରେ ୫.୮୭ ପ୍ରତିଶତ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ୫.୩୩ ପ୍ରତିଶତ ଏବଂ ଭାରତୀ ଏୟାରଟେଲରେ ୪.୮୭ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷରେ ଏଚ୍‌ଡିଏଫସି ବ୍ୟାଙ୍କରେ ସର୍ବାଧିକ ୧.୭୮ ପ୍ରତିଶତ, ଶ୍ରୀରାମ ଫାଇନାନ୍ସରେ ୧.୭୬ ପ୍ରତିଶତ, କୋଲ ଇଣ୍ଡିଆରେ ୧.୩୭ ପ୍ରତିଶତ, ଟ୍ରେଣ୍ଟରେ ୦.୯୮ ପ୍ରତିଶତ ଏବଂ ହିଣ୍ଡାଲକୋରେ ୦.୪୪ ପ୍ରତିଶତ ବୃଦ୍ଧି ଘଟିଛି।
କେନ୍ଦ୍ର ସରକାରଙ୍କ ବଜେଟ୍‌ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍‌ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନା ଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି।
ବୁଧବାର ମିଳିଥିବା ରିପୋର୍ଟ ମୁତାବକ ଭୁବନେଶ୍ୱରରେ ୨୪ କ୍ୟାରେଟର ୧୦ ଗ୍ରାମ୍‌ ସୁନା ପିଛା ଦାମ୍‌ ୮୬ ହଜାର ୨୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ରହିଛି ୭୯,୦୫୦ ଟଙ୍କା। ଗତ ୧୦ ଦିନର ଦରକୁ ଦେଖିଲେ ୨୨ କ୍ୟାରେଟ୍‌ ସୁନା ୩୬୫୦ ଟଙ୍କା ମହଙ୍ଗା ହୋଇଛି। ପ୍ରକାଶ ଥାଉ କି ଜାନୁଆରି ୨୭ ତାରିଖରେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୭୫ ହଜାର ୪ ଶହ ଟଙ୍କା ରହିଥିଲା। ସେହିପରି ଏହି ସମୟ ଭିତରେ ୨୪ କ୍ୟାରେଟ୍‌ ସୁନା ୩୩୯୦ ଟଙ୍କା ବୃଦ୍ଧି ପାଇଛି। ସୁନା ଭଳି ଅନ୍ୟତମ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଭୁବନେଶ୍ୱରରେ ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୭ ହଜାର ଟଙ୍କାରେ ପହଞ୍ଚିଛି। ଗତ ୧୦ ଦିନରେ ରୁପା ଦାମ୍‌ ୩ ହଜାର ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି।