TT Ads

ଛତିଶଗଡ଼ ବିଜାପୁର ଅଞ୍ଚଳରେ ହିଂସ୍ର ହୋଇ ପଡିଛନ୍ତି ମାଓବାଦୀ। ଗତ କିଛିଦିନ ଧରି ସୀମାନ୍ତରେ ପୁଲିସର ଅପରେସନରେ ଦୁଇ ଡଜନରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିବା ବେଳେ ପ୍ରତିଶୋଧ ପରାୟଣ ହୋଇଛନ୍ତି ମାଓବାଦୀ

ପ୍ରତିବଦଳରେ ପୁଲିସ ଇନଫର୍ମର୍ ସନ୍ଦେହରେ ମଙ୍ଗଳବାର ଛତିଶଗଡ ବିଜାପୁର ଅଞ୍ଚଳର ଦୁଇଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ମୁନ୍ନା ମାଡଭି ଓ ରାଜୁ କରାମ୍। ଉଭୟଙ୍କ ଘର୍ ବିଜାପୁର ଜିଲ୍ଲାର ବସାଗୁଡ଼ା ଥାନା ବଡ଼ାଗାଚେରୁ ଗ୍ରାମରେ ବୋଲି ଜଣାପଡ଼ିଛି। ମାଓବାଦୀମାନେ ଉଭୟଙ୍କୁ ଡାକି ନିର୍ମମ ଭାବେ ହତ୍ୟା କରିବା ପରେ ଗାଁ ମୁଣ୍ଡରେ ସେମାନଙ୍କ ମୃତଦେହ ପକାଇ ଯାଇଛନ୍ତି। ମୃତଦେହ ନିକଟରେ ଏକ ହାତଲେଖା ଚିଠି ମଧ୍ୟ ଛାଡ଼ି ଯାଇଛନ୍ତି। ଯେଉଁଥିରେ ମୃତ୍ୟୁର କାରଣ ଉଲ୍ଲେଖ କରିଛନ୍ତି। ମାଓବାଦୀଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଉନଥିବାରୁ ତାଙ୍କୁ ହତ୍ୟା କରା ଯାଇଛି ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ଖବର ପାଇ ଗାଁରେ ପୁଲିସ ପହଞ୍ଚିଛି।

TT Ads

Leave a Reply

Your email address will not be published. Required fields are marked *