TT Ads

କଟକ ଭୁବନେଶ୍ବରରେ ଘନ କୁହୁଡି। ଦିନରେ ତାପମାତ୍ରା ବଢୁଛି।

ଭୋରରୁ ଭୋରରୁ କଟକ ଭୁବନେଶ୍ବରରେ ପରିଲକ୍ଷିତ ହୋଇଛି ଘନ କୁହୁଡ଼ି। ଫଳରେ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖିବା ଅସମ୍ଭବ ହୋଇପଡିଛି। ଗତକାଲି ବିଳମ୍ବତ ରାତିରେ ରାଜଧାନୀ ଓ କଟକରେ ଏହି କୁହୁଡି ପରିଲକ୍ଷିତ ହୋଇଥିଲେ ମଧ୍ୟ ଭୋରରୁ ଏହା ଘନ କୁହୁଡିରେ ପରିଣତ ହୋଇଥିଲା। ତେବେ ପାଣିପାଗ ବିଭାଗର କହିବାନୁଯାୟୀ ଆଉ କିଛି ଦିନ ପର୍ଯ୍ୟନ୍ତ କୁହୁଡି ଦେଖାଦେବାର ସମ୍ଭାବନା ରହିଛି।
ଅପରପକ୍ଷେ ଗତ ଦୁଇରୁ ତିନିଦିନ ଧରି ଦିନବେଳା ତାପମାତ୍ରାରେ ଅଚାନକ ପରିବର୍ତ୍ତନ ଆସିଛି। ପୂର୍ବାପେକ୍ଷା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ବୁଧବାର ରାଜ୍ୟର ଅନେକ ସହରର ଦିନବେଳା ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସୁନ୍ଦରଗଡର ସର୍ବାଧିକ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟର ତାପମାତ୍ରା ୩୨.୨, ଝାରସୁଗୁଡ଼ା, ବରଗଡର ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ବରରେ ତାପମାତ୍ରା ୩୧.୯ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶା ଉପରେ ଏକ ଗୁରୁଚାପର ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଆସୁ ନ ଥିବାରୁ ଆକାଶ ନିର୍ମଳ ରହିଛି। ଫଳରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ପୃଥିବୀ ଉପରେ ପଡୁଛି ଓ ତାପମାତ୍ରା ବୃଦ୍ଧି ପାଇଛି।

TT Ads

Leave a Reply

Your email address will not be published. Required fields are marked *