ଗୁଜବ କେତେ ଭୟଙ୍କର ହୋଇପାରେ ତାହା ଆକଳନ କରିବା ଅସମ୍ଭବ। ଅନେକ ସମୟରେ ଗୁଜବ ପ୍ରାଣଘାତୀ ହୋଇପାରେ। ଏହାର ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ଏକ ନିଆଁ ଗୁଜବରୁ ଚାଲି ଯାଇଛି ୧୧ ଜଣଙ୍କ ଜୀବନ। କେବଳ ସେତିକି ନୁହେଁ ଏବେ ବି ଅନେକଙ୍କ ଜୀବନ ବିପଦରେ ରହିଛି।
୪୦ ଆହତ, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା।
ନିଆଁ ଗୁଜବ ଯୋଗୁଁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଯାତ୍ରୀ
ବୁଧବାର ମହାରାଷ୍ଟ୍ରରେ ଟ୍ରେନ ଦୁର୍ଘଟଣା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା ରହିଛି। ଖବର ନେବାରୁ ଜଣା ପଡ଼ିଛି ଯେ ପୁଷ୍ପକ ଏକ୍ସପ୍ରେସ ଅପରାହ୍ନରେ ଲକ୍ଷ୍ନୌରୁ ମୁମ୍ବାଇରୁ ଆସୁଥିବା ବେଳେ ଜଲଗାଁ ନିକଟରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା। ଗୁଜବ ଶୁଣି ଯାତ୍ରୀମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ଅନେକ ଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ। ଅପରପକ୍ଷେ ଯେଉଁ ପଟକୁ ଯାତ୍ରୀମାନେ ଦେଉନଥିଲେ, ସେପଟେ କର୍ଣ୍ଣାଟକ ଏକ୍ସପ୍ରେସ ଚଢ଼ି ଯାଇଥିଲା। କର୍ଣାଟକ ଏକ୍ସପ୍ରେସ ଚଢ଼ିଯିବା ପରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଗୁଜବ ପାଇଁ ଏଭଳି ଘଟିଥିବାରୁ ରେଳ ଅଧିକାରୀଙ୍କ ପକ୍ଷରୁ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ କୁହା ଯାଇଛି।


