TT Ads
ଏକ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ କରିବା ବାବଦରେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଡାକ୍ତର। ଏଭଳି ସମ୍ବେଦନଶୀଳ ଘଟଣାରେ ଲାଞ୍ଚ ନେଉଥିବା ଡାକ୍ତରଙ୍କୁ କାବୁ କରିଛି ଭିଜିଲାନ୍ସ। ଧରାପଡ଼ିଥିବା ଡାକ୍ତ ହେଉଛନ୍ତି ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସର୍ଜରୀ ବିଶେଷଜ୍ଞ ଡାକ୍ତର ବିଶ୍ୱନାଥ ଆଧେକ। ଖବର ନେବାରୁ ଜଣାପଡ଼ିଛି ଯେ, ଗତକିଛଇଦିନ ତଳେ ଅଭିଯୋଗକାରୀଙ୍କ ଏକ ଛୋଟ ପିଲା ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତର ଅଧେକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ୪ ହଜାର ଟଙ୍କା ଦେବା ପାଇଁ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଆଉ ୨ ହଜାର ଟଙ୍କା ଦେବା ପାଇଁ ଅଭିଯୋଗକାରୀ କହିଥିଲେ। ପୋଷ୍ଟମର୍ଟମ ହେବା ପରେ ରିପୋର୍ଟ ନେବା ବେଳକୁ ଏ ଅବଶିଷ୍ଟ ଟଙ୍କା ନେବା କଥା ଡାକ୍ତରଙ୍କ ସହ ଚୁକ୍ତି ହୋଇଥିଲା। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨ ହଜାର ଟଙ୍କା ଦେବା ବେଳେ ପୂର୍ବ ଯୋଜନା ମୁ୍‌ତାବକ ୟଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲେ। ଡାକ୍ତରଙ୍କଠାରୁ କେମିକାଲ ବୋଳା ୨ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍‌। ଧରାପଡ଼ିଥିବା ଡାକ୍ତରଙ୍କୁ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡ଼ିଛି।
TT Ads

Leave a Reply

Your email address will not be published. Required fields are marked *