କୋଡ଼ିଏ ସ୍ଥାନରେ ଚଢ଼ଉ କରୁଛନ୍ତି ଆୟକର ବିଭାଗର ୨୦ଟି ଟିମ୍
ଭୁବନେଶ୍ୱର, ୧୬/୨: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆୟକର ବିଭାଗର ୨୦ ଟି ଟିମ୍ ତାଙ୍କର ସମ୍ବଲପୁରସ୍ଥିତ ବାସଭବନ ସମେତ ୨୦ ଟି ସ୍ଥାନରେ ଚଢ଼ଉ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ସକାଳ ୬ ଟାରୁ ଏହି ଚଢ଼ଉ ଆରମ୍ଭ ହୋଇଛି। ଆୟକର ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ଅଧିକାରୀମାନେ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ଘରେ ପ୍ରାୟ ୧୦ ଜଣ ଏହି ଚଢ଼ଉ କରୁଛନ୍ତି। ଅଧିକାରୀମାନେ ଯେହେତୁ ବାହାରକୁ ଆସି ନାହାନ୍ତି ଚଢ଼ଉ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ଗତ କିଛିଦିନ ସ୍ଥଳେ ନବ ଦାସଙ୍କ ପୁଅ ବିଶାଳକୁ ଛତିଶଗଡ଼ ପୁଲିସ ଅଟକ ରଖିବା ପରଠାରୁ ପୁଣି ଚର୍ଚ୍ଚାକୁ ଆସିଥିଲେ ନବଙ୍କ ପରିବାର।


