ଭାଇରଲ୍ ହେଉଥିବା ଏହି ଭିଡିଓଟି ହୁଏ ତ ଅନେକଙ୍କୁ ବିଚଳିତ କରିପାରେ। କିନ୍ତୁ ଏହି ଭିଡିଓଟି ଯେ ଏବେ ପ୍ରବଳ ମାତ୍ରାରେ ଭାଇରଲ୍ ହେବାରେ ଲାଗିଛି। ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ଭିଡିଓଟି ଏଇଥି ପାଇଁ ବେଶୀ ସମ୍ବେଦନଶୀଳ ମନେ ହେଉଛି ଯେ ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଏକୁଟିଆ ବାହାରିଥିବା ମହିଳାଙ୍କୁ କିଛି କୁକୁର ଅଚାନକ ଘେରି ଯାଇଥିଲେ। ମହିଳା ଜଣଙ୍କ କୁକୁରମାନଙ୍କୁ ଦେଖି ବିଚଳିତ ହୋଇପଡ଼ିଥିଲେ। ପାଞ୍ଚଟି କୁକୁର ଓ ପରେ ଆଉ ଏକ କୁକୁର ତାଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ପ୍ରଥମେ ସାହସ ସଞ୍ଚୟ କରି ବୁଲା କୁକୁର ମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ଜଣଙ୍କ ତଳେ ପଡ଼ିଯିବା ପରେ ୫ ଟି ଯାକ କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ଏମିତି କି ଗୋଟିଏ କୁକୁର ମହିଳାଙ୍କ ପୋଷାକକୁ ଟାଣି ଟାଣି ନେଇ ଯାଇଥିଲା। ତା ପରେ ଅନ୍ୟ କୁକୁରମାନେ ମହିଳାଙ୍କୁ ଘେରି ଯାଇ ସଂଘବଧ ଆକ୍ରମଣ କରିଥିଲେ। ଏହିଭଳି ପ୍ରାୟ ଅଢେଇ ମିନିଟ ପରେ ବାଟରେ ଯାଉଥିବା ଅନ୍ୟ ବରିଷ୍ଠ ନାଗରିକ ମାନେ ଜଣେ ପରେ ଜଣେ ଆସି କୁକୁରଙ୍କ କବଳରୁ ରକ୍ଷା କରିଥିଲେ। କୁକୁରମାନେ ଚାଲିଯିବା ପରେ ଯାହା ଘଟିଲା ତାହା ଆପଣଙ୍କୁ ଅଧିକ ବିଚଳିତ ଓ ମର୍ମାହତ କରିବା ସ୍ଵାଭାବିକ। ଶେଷରେ ମହିଳା ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ବୋଲି କୁହା ଯାଉଛି। ଏଭଳି ଭିଡିଓ କେଉଁଠାରେ ହୁଏ ତ ତାହା ଜାଣିବା ପାଇଁ ଅନେକଙ୍କ ମଧ୍ୟରେ ଉତ୍କଣ୍ଠା ହେଉଥିବ। ତାହା ତ ନିଶ୍ଚୟ ଜାଣିବା। କିନ୍ତୁ ଜାଣିବା ପୂର୍ବରୁ ନିହାତି କହିବି ଆପଣ ଯଦି ପ୍ରାତଃ ଭ୍ରମଣରେ ଯାଉଛନ୍ତି ନିଶ୍ଚୟ ସଚେତନ ହୋଇ ଯାଆନ୍ତୁ। ବିଶେଷକରି ବରିଷ୍ଠ ନାଗରିକମାନେ ହାତରେ ବାଡ଼ି ନେଇ ବାହାରକୁ ଯାଆନ୍ତୁ। ନାଗପୁରରେ ଭାଇରଲ୍ ହୋଇଥିବା ଏହି ଭିଡିଓଟି ବରିଷ୍ଠ ନାଗରିକଙ୍କ whatsapp ଗ୍ରୁପରେ ଘୂରି ବୁଲୁଛି।


