ଥରେ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ କହିଲେ, ଉଚିତ ସମୟ ନ ଆସିବା ଯାଏ ଜଣେ ଯେତେ ଶକ୍ତିଶାଳୀ ହୋଇଥାଉ ନା କାହିଁକି ତାକୁ ବାରମ୍ବାର ପଳାୟନ କରିବାକୁ ହୁଏ ଆଉ ଆତ୍ମଗୋପନ କରିବାକୁ ପଡ଼େ । ଏହା ମଧ୍ୟ ଏକ ଯୁଦ୍ଧନୀତି । ଶ୍ରୀକୃଷ୍ଣଙ୍କ ଜୀବନର ଏକ କାହାଣୀ ଶୁଣ । ମଥୁରା ଓ ମଗଧ ମଧ୍ୟରେ ସମ୍ପର୍କ ଭଲ ନଥାଏ । ମଥୁରାର ରାଜା କଂସ ହେଉଛନ୍ତି ମଗଧ ରାଜା ଜରାସନ୍ଧଙ୍କ ଜ୍ୱାଇଁ । କୃଷ୍ଣଙ୍କ ହାତରେ କଂସ ନିହତ ହୋଇଥିବାରୁ ଜରାସନ୍ଧ ବାରମ୍ବାର ମଥୁରା ଆକ୍ରମଣ କରୁଥାଏ । କୃଷ୍ଣ ବଳରାମ ମଧ୍ୟ ତା’ ସହ ଲଢ଼େଇ କରୁଥାନ୍ତି । ଜରାସନ୍ଧ ଥରକୁଥର ହାରୁଥାଏ । ପୁଣି ଆକ୍ରମଣ କରୁଥାଏ । ଦିନେ କୃଷ୍ଣ ବଡ଼ଭାଇ ବଳରାମଙ୍କୁ ଡାକି କହିଲେ: ଭାଇ, ଆମେ ଆଉ ବେଶିଦିନ ଜରାସନ୍ଧ ସହିତ ଲଢ଼ିବା ଉଚିତ ନୁହେଁ । ଏହାଦ୍ୱାରା ଆମର ପ୍ରଜାମାନେ ବହୁ କଷ୍ଟ ପାଉଛନ୍ତି । ଧନଜୀବନ ନଷ୍ଟ ହେଉଛି । ତେଣୁ ଆମେ ମଥୁରା ଛାଡ଼ି ଚାଲିଯିବା । ବଳରାମ କହିଲେ: କୃଷ୍ଣ, ଦୁର୍ବଳମାନେ ଶତ୍ରୁକୁ ଛାଡ଼ି ପଳେଇ ଯାଆନ୍ତି । ଆମେ କ’ଣ ଦୁର୍ବଳ । କୃଷ୍ଣ କହିଲେ: ଭାଇ, ଆମେ ଦୁର୍ବଳ ନୁହନ୍ତି ସିନା ହେଲେ ଏବେ ଚେଷ୍ଟାକଲେ ବି ଜରାସନ୍ଧଙ୍କୁ ମାରିପାରିବାନି । କାରଣ ଜରାସନ୍ଧର ମରିବା ବେଳ ଆସିନାହିଁ କିମ୍ବା ଜରାସନ୍ଧକୁ ମାରିବା ଲୋକ ଏଯାଏ ଯୋଗ୍ୟ ହୋଇନାହିଁ । ଆମେ କେବଳ ସମୟକୁ ଅପେକ୍ଷା କରିବା । ସେଥିପାଇଁ ଆମକୁ ମଥୁରା ଛାଡ଼ି ଦ୍ୱାରକାକୁ ପଳାୟନ କରିବାକୁ ପଡ଼ିବ । ସେଇଆ ହେଲା । ଆଉ ଯେତେବେଳେ ଉଚିତ ସମୟ ଆସିଲା, କୃଷ୍ଣ ଭୀମଙ୍କ ହାତରେ ଜରାସନ୍ଧକୁ ବଧକଲେ ।
–ରାଜେନ୍ଦ୍ର



ବହୁତ ଉଚ୍ଚମାନର ଖବକାଗଜ ।
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି।
ମତାମତ ପାଇଁ ଧନ୍ୟବାଦ୍
ବହୁତ ସୁନ୍ଦର ଖବକାଗଜ
ମତାମତ ପାଇଁ ଧନ୍ୟବାଦ୍