TT Ads

ଅପରାଧ ଭିଆଇବା ପାଇଁ ଆସିଥିଲେ ଦୁର୍ବୃତ୍ତ। ସାଙ୍ଗରେ ଆଣିଥିଲେ ବୋମା। କିନ୍ତୁ କିଛି କାଣ୍ଡ ଭିଆଇବା ଆଗରୁ ପୁଲିସ ଆସିଗଲା। ଫଳରେ ରାସ୍ତା କଡ଼ରେ ବୋମା ରଖି ଚାଲିଗଲେ ଦୁର୍ବୃତ୍ତ।

ବ୍ରହ୍ମପୁର, ୨୨/୧(ଓଡ଼ିଶା ଜାଗରଣ): ଜାତୀୟ ରାଜପଥର ଖଜୁରିଆ ରୋଡରେ ଥିବା ଏକ ଫାର୍ମ ହାଉସ ନିକଟରୁ ୭ ଟି ଅଫୁଟା ବୋମା ଜବତ କରିଛି ବ୍ରହ୍ମପୁର ପୁଲିସ। ପୁଲିସ ବୋମା ନିଷ୍କ୍ରିୟକାରୀ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୋମା ଗୁଡ଼ିକୁ ନିଷ୍କ୍ରିୟ କରିଦେଇଥିବା ଜଣାପଡ଼ିଛି। ଅପରପକ୍ଷେ କେଉଁଠୁ ଏବଂ କିଭଳି ଏହି ବୋମାଗୁଡ଼ିକ ଆସିଲା ପୁଲିସ ସେ ନେଇ ତଦନ୍ତ କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦୁର୍ବୃତ୍ତ ବୋମା ଭିଡ଼ି ବିକ୍ରି ପାଇଁ ଆଣିଥିଲେ। ନିର୍ଦ୍ଦିଷ୍ଟ ସ୍ଥାନରେ ମୂଲଚାଲ ହୋଇ ନ ପାରିବାରୁ ବୋମଗୁଡ଼ିକ ଛାଡ଼ି ଚାଲି ଯାଇଥାଇ ପାରନ୍ତି।


Warning: Trying to access array offset on value of type bool in /home/ameodia1/odishajagarana.in/wp-content/themes/trendymag/inc/extras.php on line 207
TT Ads

Leave a Reply

Your email address will not be published. Required fields are marked *