TT Ads

୧୪ ରୁ ଭିତରକନିକାରେ କୁମ୍ଭୀର ଗଣନା
ଭୁବନେଶ୍ୱର, ୪/୧(ଓଡ଼ିଶା ଜାଗରଣ):ଆପଣ ନୂଆବର୍ଷରେ ସାତକୋଶିଆ କିମ୍ବା ଭିତରକନିକା ବୁଲିବାକୁ ଯୋଜନା କରୁଛନ୍ତି କି ? ଟିକେ ରୁହନ୍ତୁ, ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ଜାନୁଆରୀରେ କିଛି ଦିନ ପାଇଁ ବନ୍ଦ୍ ରହିବ ଏହି ଦୁଇଟି ପର୍ଯ୍ୟଟନସ୍ଥଳୀ।

ଏଇ ରବିବାର ଠାରୁ ସାତକୋଶିଆ ବୁଲି ପାରିବେନି ପର୍ଯ୍ୟଟକ। ସୋମବାରଠାରୁ ୩ ଦିନଧରି କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଥିବାରୁ ଥିବାରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ବାରଣ କରାଯାଇଛି। ସେହିପରି ଆସନ୍ତା ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା ହେବାକୁ ଯାଉଥିବାରୁ ଦୁଇଦିନ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ।
ମହାନଦୀ ଗଣ୍ଡରେ ୨୩ କିମି ଯାଏ ଗଣନା କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ, ବନବିଭାଗର ୧୪ଟି ଦଳରେ ମୋଟ ୭୦ଜଣ କର୍ମଚାରୀ ନିୟୋଜିତ ରହିବେ। ଏଥିପାଇଁ ବନବିଭାଗ ପକ୍ଷରୁ ଦେଶୀଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି।
ସେହିପରି ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯାଉଥିବାରୁ ୮ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀନାଳରେ ମଧ୍ୟ କୁମ୍ଭୀର ଗଣନା ହେବାକୁ ଯାଉଛି ବୋଲି ବନଖଣ୍ଡ ଅଧିକାରୀ ଏସ. ଗୋପିନାଥ ସୂଚନା ଦେଇଛନ୍ତି।

TT Ads

Leave a Reply

Your email address will not be published. Required fields are marked *