TT Ads

 

ବେଆଇନ ବାଣ ଭିଡ଼ିବା ହେଲା କାଳ
ଜଗତସିଂହପୁର, ୩/୧(ଓଡ଼ିଶା ଜାଗରଣ): ବେଆଇନ ବାଣ ଭିଡା ଚାଲିଥିବା ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ଓ ଭଙ୍ଗା ଛାତ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଏଭଳି ବିସ୍ଫୋରଣ ଘଟିଛି ଜଗତସିଂହପୁର ସଦର ଥାନା ଅଧି ବଡବାଗ ଅଞ୍ଚଳରେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅପରପକ୍ଷେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ମୃତକ ଓ ଆହତ ମନେ ଗୋଟିଏ ପରିବାରର ବୋଲି କୁହାଯାଉଛି। ଖବର ନେବାରୁ ଜଣା ପଢ଼ିଛି ଯେ ଶୁକ୍ରବାର ରାତିରେ ହଠାତ୍ ଏକ ଘର ଭିତରୁ ବିସ୍ଫୋରଣର ଶବ୍ଦ ଆସିଥିଲା।

ଲୋକେ ପହଞ୍ଚିବା ବେଳକୁ ଘରର ଛାତ ଉଡ଼ି ଯାଇଥିଲା। ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ବିଭାଗ ଓ ଓଡ଼୍ରଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ମେଡ଼ିକାଲ ନେବା ପରେ ସେଠାରେ ମୃତ୍ୟୁବରଣ କରିଥିବା କୁହାଯାଉଛି।


Warning: Trying to access array offset on value of type bool in /home/ameodia1/odishajagarana.in/wp-content/themes/trendymag/inc/extras.php on line 207
TT Ads

Leave a Reply

Your email address will not be published. Required fields are marked *