TT Ads

ନୂଆଦିଲ୍ଲୀ, ୪/୧: କୋଭିଡ-୧୯ ଭାଇରସର ଭୟ ଲୋକଙ୍କ ମନରୁ ନ ଯାଉଣୁ ଆଉଏକ ଭାଇରସ ଚୀନରେ ଆତଙ୍କ ଖେଲାଇଛି। ଚୀନରେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରାସର ଲକ୍ଷଣ ପ୍ରାୟ କୋରନା ଭଳି। ଯାହାର ନାଁ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ'(Human Metapneumovirus) ବା HMPV ରଖାଯାଇଛି। ଏଥିପାଇଁ ଭାରତ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଏହି ଭାଇରସର ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି। ବିଶେଷ କରି ଉତ୍ତର ଚୀନରେ ଏହା ଲୋକଙ୍କୁ ଅଧିକ ସଂକ୍ରମିତ କରିଛି। ଏଯାଏଁ ମିଳିଥିବା ରିପୋର୍ଟ୍ ଅନୁଯାୟୀ ଅଧିକାଂଶ ୧୪ ବର୍ଷରୁ କମ୍ ବୟସ୍କ ଶିଶୁ ସର୍ବାଧିକ ସଂକ୍ରମିତ ହୋଇଛନ୍ତି। ଏହି ଭାଇରସକୁ ରୋକିବାକୁ ଚୀନ ସରକାର ରୋଗୀ ଚିହ୍ନଟ ପ୍ରକ୍ରିୟା ସହ ଆଇସୋଲେସନ ପ୍ରୋଟକଲକୁ ଅଧିକ କଡ଼ାକଡ଼ି କରିଛନ୍ତି। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହା ଏବେ ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି। ଯେଉଁଥିରେ ହସ୍ପିଟାଲଗୁଡ଼ିକରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି। କେବଳ ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଭିଡ଼ ଜମିଥିବା ଅନେକ ଦାବି କରୁଛନ୍ତି।
କୋଭିଡ-୧୯ ଭାଇରସ୍ ଭଳି ଏଚଏମପିଭି ସଂକ୍ରମିତଙ୍କଠାରେ ସମାନ ଲକ୍ଷଣ ଦେଖିବାକୁ ମିଳୁଛି। ଥଣ୍ଟା, କାଶ, ଜ୍ୱର ଲକ୍ଷଣ ସହ ଏହା ନିମୋନିଆ, ବ୍ରୋଙ୍କୋଇଟିସ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ମଧ୍ୟ ଦେଖାଯାଉଛି। ଏହି ଭୂତାଣୁ ବିଶେଷ ଭାବରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି। ଏକ ଗଣମାଧ୍ୟମ ରିପୋର୍ଟ୍ ଅନୁଯାୟୀ ରୋଗୀଙ୍କଠାରେ ଇନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ, ରାଇନୋଭାଇରସ ଓ କୋଭିଭ-୧୯ ଭଳି ଅନ୍ୟ ଭାଇରସର ସଂକ୍ରମଣ ମଧ୍ୟ ଦେଖାଯାଉଛି।

TT Ads

Leave a Reply

Your email address will not be published. Required fields are marked *