TT Ads

ବଦଳିପରେ କେନ୍ଦ୍ର ରାଜନୀତିର ଅଙ୍କ।

କେନ୍ଦ୍ର ରାଜନୀତିରେ ଖୁବ୍ ଶୀଘ୍ର ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଗତ ଦିନରେ ବାରମ୍ବାର ମେଣ୍ଟ ସମର୍ଥନ ବଦଳ କରି ରାଜନୀତିର ଗୋଟି ଖେଳୁଥିବା ନିତିଶ କୁମାର ଏନଡିଏ ଛାଡ଼ି ଇଣ୍ଡିଆ ମେଣ୍ଟରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯଦିବା ଏ ନେଇ ଗତ ସାଧାରଣ ନିର୍ବାଚନ ପରଠାରୁ ଚର୍ଚ୍ଚା ଓ ଆଲୋଚନା ହେଉଥିଲା ନିକଟରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବୟାନ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ନୂଆବର୍ଷ ଆରମ୍ଭରେ ଲାଲୁ କହିଛନ୍ତି ନିତିଶଙ୍କ ପାଇଁ ତାଙ୍କ ସମର୍ଥନ ସର୍ବଦା ରହିଛି। ଯଦିବା ନିତିଶ ତାଙ୍କ ହାତ ଛାଡିଛନ୍ତି କିନ୍ତୁ ଲାଲୁ ତାଙ୍କୁ ଛାଡି ନାହାନ୍ତି ବୋଲି ଗଣମାଧ୍ୟମରେ କହିବା ପରେ ଏହା ପରୋକ୍ଷରେ ନିତିଶଙ୍କୁ ଦଳରେ ସାମିଲ ହେବା ପାଇଁ କହିଛନ୍ତି ଲାଲୁ। ଲାଲୁଙ୍କ ଏଭଳି ବୟାନକୁ ଭିତ୍ତିକରି କେବଳ ବିହାର ରାଜନୀତି ନୁହେଁ ସମଗ୍ର ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ରାଜନୈତିକ ସମୀକ୍ଷକ କହିବା ଅନୁଯାୟୀ ଲାଲୁଙ୍କ ଦଳ ଛାଡିବାର ରେକର୍ଡ ବହୁ ପୁରୁଣା। ଉପରିସ୍ଥଲେ ଏବେ ଏନଡ଼ିଏ ଛାଡ଼ିବା ଆଶ୍ଚର୍ଯ୍ୟର କଥା ନୁହେଁ। ବିହାରରେ ନୀତିଶଙ୍କୁ ଲାଲୁଙ୍କ ଦଳ ସମର୍ଥନ ଦେଲେ ତାଙ୍କର ପୂର୍ବଭଳି ମୁଖ୍ୟମନ୍ତ୍ରୀ ପଦ ବଜାୟ ରହିବ। ଅପରପକ୍ଷେ କେନ୍ଦ୍ରରେ ଏନଡ଼ିଏ ସରକାର ସଂଖ୍ୟା ଗରିଷ୍ଠତା ହରାଇବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ। ସେହିଭଳି କେନ୍ଦ୍ରରେ ସରକାର ବଦଳିଲେ ଓଡ଼ିଶା ଭଳି ଅନେକ ରାଜ୍ୟକୁ ଏହା ପ୍ରଭାବିତ କରିପାରେ। ଯାହା ବିଜେପି ପାଇଁ ବିପଦ ସାବ୍ୟସ୍ତ ହେବ।

TT Ads

Leave a Reply

Your email address will not be published. Required fields are marked *