TT Ads

ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ଦାୟିତ୍ବ ନେବାର ୫ ମାସ ଭିତରେ ବଦଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ। ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ହଠାତ୍ ଏଭଳି ବଦଳିର କାରଣ ଜଣା ପଡୁନି।

ତେବେ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।
ସେହିଭଳି ଏନବିଏସ୍ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ମିଳିଥିବା ବେଳେ ଟି. ଆଓ ହେଲେ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ। ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହ ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗତ ଜୁଲାଇ ମାସରେ ନିଯୁକ୍ତି ମିଳିଥିଲା। ଶ୍ରୀ ଡାକୁଆ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଜିଲ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ବଲାଙ୍ଗୀର, ନୟାଗଡ଼ ଓ କଟକ ଜିଲ୍ଲାପାଳ ଦାୟିତ୍ବ ତୁଲାଉଛନ୍ତି। ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କ ବଦଳି ପରେ କିଏ ଉକ୍ତ ପଦବୀରେ ବସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ କାହିଁକି ଏମିତି ବଦଳି କରାଗଲା ସେ ନେଇ କିଛି ଜଣା ପଡିନି।

TT Ads

Leave a Reply

Your email address will not be published. Required fields are marked *