କୋଟି କୋଟି ଟଙ୍କାର ନକଲି ସିମେଣ୍ଟ ଜବତ
ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ରାଜଧାନୀ ଛାତି ଉପରେ ଚାଲିଥିଲା ନକଲି ସିମେଣ୍ଟ କାରଖାନା। ଏଠାକୁ କୋଟିକୋଟି ଟଙ୍କାର ସିମେଣ୍ଟ ବିକ୍ରି ହେଉଥିଲା। ରାଜଧାନୀର ବଡବଡ ଅଟ୍ଟାଳିକାଠାରୁ ଆରମ୍ଭ କରି ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବିନିଯୋଗ ହେଉଥିଲା ଏହି ନକଲି ସିମେଣ୍ଟ। ହେଲେ ଦୀର୍ଘଦିନ ଧରି ଏଭଳି କଳା କାରନାମାର ସୁରାକ କେହି ପାଇପାରୁ ନ ଥିଲେ। କିନ୍ତୁ ବିଲମ୍ଭରେ ହେଲେ ବି କମିଶନରେଟ ପୁଲିସର ଚେତା ଫେରିଲା। ଗୁରୁବାର ସକାଳେ ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଚଢ଼ଉ କରି ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ ପୋଲିସର ଏକ ଟିମ୍। ଏଠାରୁ ପ୍ରାୟ ଦେଢ଼ କୋଟି ଟଙ୍କାର ନକଲି ସିମେଣ୍ଟ ଜବତ କରାଯାଇଛି। ବିଭିନ୍ନ ବଡବଡ ନାମୀ ଦମି ବ୍ରାଣ୍ଡର ନକଲି ସିମେଣ୍ଟ ଏଠାରେ ବିକ୍ରି ହେଉଥିଲା। ସିମେଣ୍ଟ ଜବତ କରିବା ସହ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।


