ପଖାଳ ଦିବସକୁ ନେଇ ରାଜ୍ୟ ସମେତ ରାଜ୍ୟ ବାହାରେ ଓଡ଼ିଆମାନେ ବେଶ ଉତ୍ସାହିତ। ବିଭିନ୍ନ ଉପାୟରେ ପଖାଳ ଖାଇ ଓଡ଼ିଆ ନିଜର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଖାଳରେ ରହିଛି ଭର୍ପୂର ରୋଗ ପ୍ରତିରୋଧକ ଶକ୍ତି ଯାହା ଆପଣଙ୍କ ଅନେକ ଭୟଙ୍କର ରୋଗରୁ ରକ୍ଷା କରିଥାଏ।
ଯଦିବା ପଖାଳକୁ ଆମେ ଦୀର୍ଘବର୍ଷ ଧରି ପରମ୍ପରିକ ଭାବେ ଖାଇ ଆସୁଛେ ଏବଂ ଓଡ଼ିଆ ଘରେ ସକାଳେ ପଖାଳକୁ ଜଳଖିଆ ଭାବେ ଗ୍ରହଣ କରାଯାଏ ତେବେ ପଖାଳରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ବିଶେଷକରି ବାସି ପଖାଳରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡର ପ୍ରଦାହରୋଧୀ ବା ଆଣ୍ଟି-ଇନ୍ଫ୍ଲେମାଟୋରୀ ଗୁଣ ରହିଛି। ସେହିଭଳି ତୋରାଣିରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍ ଓ ଅନ୍ତଃନଳୀ ସଂକ୍ରମଣକୁ ରୋକିଥାଏ। ଖାଲି ଏତିକି ନୁହେଁ ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ। ତେବେ ଗବେଷକଙ୍କ କହିବା କଥା, ସଜ ନୁହେଁ କେବଳ ବାସି ପଖାଳ ଓ ତୋରାଣିରେ ହିଁ ଏହି ଗୁଣ ରହିଛି।
୨୦୨୦ ମସିହାରେ ଏମ୍ସ ପକ୍ଷରୁ କରାଯାଇ ଏକ ସ୍ୱାସ୍ଥ୍ୟ ଗବେଷଣାରୁ ଏଭଳି ତଥ୍ୟ ଆସିଥିଲା। ସେହି ଗବେଷଣାରୁ ଜଣାପଡ଼ିଲା ଯେ, ଯେଉଁମାନେ ନିୟମିତ ପଖାଳ ଖାଉଥିଲେ ସେମାନଙ୍କୁ କାରୋନା ସହଜରେ ଆକ୍ରାନ୍ତ କରି ନ ଥିଲା। ଯେଉଁ କାରଣରୁ ରାଜ୍ୟର ଆଦିବାସୀ ଅଞ୍ଚଳ ଲୋକେ କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ବୋଲି ଏହି ଗବେଷଣାରୁ ଜଣାପଡ଼ିଥିଲା।