ଉଚ୍ଛେଦ ବେଳେ ଉତ୍ତେଜନା; ଆତ୍ମାହୁତି ଉଦ୍ୟ
ଖୋର୍ଦ୍ଧା, ୨୯/୧୨(ସମିସ): ଖୋର୍ଦ୍ଧା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି। ଯାହାକୁ ନେଇ ଦୋକାନୀମାନେ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଉଛି। ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ବ୍ୟାଙ୍କ୍ ଛକ ନିକଟରେ ଦୀର୍ଘବର୍ଷ ହେଲା ବ୍ୟବସାୟ କରି ଆସୁଥିବା ଦୋକାନକୁ ହଟାଇବା ପାଇଁ ରବିବାର ସକାଳେ ଉଦ୍ୟମ ଆରମ୍ଭ ହୋଇଥିଲା। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବ୍ୟବସାୟୀ। ଭାଙ୍ଗିବାକୁ ଆସୁଥିବା ଜେସିବି ଆଗକୁ ଚାଲି ଆସିଥିଲେ ଶତାଧିକ ବ୍ୟବସାୟୀ। କିନ୍ତୁ ବିରୋଧ ସତ୍ତ୍ବେ ଉଚ୍ଛେଦ ଜାରି ରହିବାରୁ ବ୍ୟବସାୟୀମାନେ ଆତ୍ମାହୁତି ଉଦ୍ୟମ କରିଥିଲେ। ଜିଲ୍ଲା ପୁଲିସ ପକ୍ଷରୁ ଘଟଣାସ୍ଥଳରେ ୬ ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଛି। ଏଥିସହିତ ଆତ୍ମାହୁତି ଉଦ୍ୟମ କରୁଥିବା ବ୍ୟବସାୟୀଙ୍କ ମଧରୁ ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ। ଏସବୁ ସତ୍ତ୍ବେ ଉଚ୍ଛେଦ ଜାରି ରହିଥିବା ଖବର ମିଳିଛି।


