ଉଚ୍ଛେଦ ବେଳେ ଉତ୍ତେଜନା; ଆତ୍ମାହୁତି ଉଦ୍ୟ
ଖୋର୍ଦ୍ଧା, ୨୯/୧୨(ସମିସ): ଖୋର୍ଦ୍ଧା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି। ଯାହାକୁ ନେଇ ଦୋକାନୀମାନେ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଉଛି। ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ବ୍ୟାଙ୍କ୍ ଛକ ନିକଟରେ ଦୀର୍ଘବର୍ଷ ହେଲା ବ୍ୟବସାୟ କରି ଆସୁଥିବା ଦୋକାନକୁ ହଟାଇବା ପାଇଁ ରବିବାର ସକାଳେ ଉଦ୍ୟମ ଆରମ୍ଭ ହୋଇଥିଲା। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବ୍ୟବସାୟୀ। ଭାଙ୍ଗିବାକୁ ଆସୁଥିବା ଜେସିବି ଆଗକୁ ଚାଲି ଆସିଥିଲେ ଶତାଧିକ ବ୍ୟବସାୟୀ। କିନ୍ତୁ ବିରୋଧ ସତ୍ତ୍ବେ ଉଚ୍ଛେଦ ଜାରି ରହିବାରୁ ବ୍ୟବସାୟୀମାନେ ଆତ୍ମାହୁତି ଉଦ୍ୟମ କରିଥିଲେ। ଜିଲ୍ଲା ପୁଲିସ ପକ୍ଷରୁ ଘଟଣାସ୍ଥଳରେ ୬ ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଛି। ଏଥିସହିତ ଆତ୍ମାହୁତି ଉଦ୍ୟମ କରୁଥିବା ବ୍ୟବସାୟୀଙ୍କ ମଧରୁ ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ। ଏସବୁ ସତ୍ତ୍ବେ ଉଚ୍ଛେଦ ଜାରି ରହିଥିବା ଖବର ମିଳିଛି।

ଭୁବନେଶ୍ୱର, ୨୬/୧୨ (ଓଡ଼ିଶା ଜାଗରଣ): ଭୁବନେଶ୍ଵରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବିଏମ୍‌ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ବଳ ଯେଉଁଭଳି ଭାବରେ ଉତ୍ତର ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଥିବା ପ୍ରତ୍ୟେକ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ଗଳିଛନ୍ତି, ସେଥିପାଇଁ ୫ ହଜାର ଉଠାଦୋକାନୀ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ପରିବାରର ୨୦ ହଜାର ଲୋକ ଭୋକ ଉପାସରେ ରହିବେ। ଏହାକୁ ବିରୋଧ କରି ଗୁରୁବାର ନିଖଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋଳାନୀ ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ଡାକରାରେ ପ୍ରାୟ ୫ ହଜାର ଉଠଦୋକାନୀ ଉତ୍ତର ବିଏମ୍‌ସି କାର୍ଯ୍ୟାଳୟକୁ ତିନିଦିଗରୁ ଘେରିଥିଲେ।

ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ସୁଦର୍ଶନ ପୃଷ୍ଟି, ବିଜୟ କୁମାର ସେନାପତି ଓ ଶରତ କୁମାର ସାହୁଙ୍କ ନେତୃତ୍ବରେ ୧ ହଜାରରୁ ଊର୍ଦ୍ଧ୍ଵ ଉଠାଦୋକାନୀ ଆପୋଲୋ ହସ୍ପିଟାଲ ଛଳରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ଦିଏମ୍‌ସିର ଉତ୍ତର ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ବିପିନ ଜେନା, ସୂର୍ଯ୍ୟମଣି ସାହୁ, ଲଲାଟ ଓଝା ଓ ମିନିରାଣୀ ଦାସଙ୍କ ନେତୃତ୍ବରେ ୧ ହଜାର ଉଠାଦୋକାନୀ କାଲିୟର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ବିଏମ୍‌ସିର ଦିକ୍ଷଣ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ପ୍ରଦୀପ କୁମାର ସାହୁ, ନିରଞ୍ଜନ ପାଣେ, ବାସୁଦେବ ପଣ୍ଡା, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ, ମଙ୍ଗୁଳି ସାହୁ, ଜଗନ୍ନାଥ ବାବୁ, ଭାରତୀ ସେଠୀ, ପ୍ରଶାନ୍ତ କୁମାର ନାୟକ, ନାଲୁଆ ସାହୁ, ଦମୟନ୍ତୀ ପରିଡ଼ା ଓ ସବନମ ବିଦିଙ୍କ ନେତୃତ୍ବରେ ୩ ହଜାର ୨ଠାଦୋକାନୀ ଡମଣା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉତ୍ତର ଦିଏମ୍‌ସି ପଶ୍ଚିମ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରେ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧ ମଣ୍ଡଳୀ ବିଏମ୍‌ସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ଡେପୁଟି କମିଶନର ଶୁଭେନ୍ଦୁ ସାର, ଉତ୍ତର ବିଏମ୍‌ସି ଜୋନର ଜେଡ଼ିସି ଶଶିଭୂଷଣ ମହାନ୍ତିଙ୍କୁ ଭେଟି ସମ୍ପୂର୍ଣ ଉଚ୍ଛେଦ ବନ୍ଦ କରିବା ଏବଂ ଯିଏ ଯେଉଁଠି ବେପାର କରୁଛି, ସେହି ଜାଗାକୁ ଲେଣ୍ଡିଂ ଜୋନ ଘୋଷଣା କରିବା, ଉଠାଦୋକାନୀ ଆଇନକୁ କାର୍ଯ୍ୟକାରୀ କରିବା, ଉଚ୍ଛେଦ ପୂର୍ବରୁ ମହାସଂଘ ଓ ସ୍ଥାନୀୟ ସଂଘ ସହିତ ଆଲୋଚନା କରିବା, ବିଏମ୍‌ସି ଦେଇଥିବା ପରିଚୟ ପତ୍ର ୫ ବର୍ଷ ପୂରଣ ହୋଇଥିବାରୁ ତାହା ନୂତନ ପରିଚୟ ପତ୍ର ଓ ଭେଣ୍ଡିଂ ଜୋନ ସାର୍ଟିଫିକେଟ ପ୍ରଦାନ କରିବା, ପ୍ରତ୍ୟେକ ଦୋକାନୀଙ୍କୁ ୧୦ଫୁଟରେ ୮ଫୁଟ ଜାଗା ପ୍ରଦାନ କରିବା, ବିଏମ୍‌ସି ସ୍ଟାର୍ଡ଼ ସହିତ ମହାସଂଘର ସ୍ୱେଚ୍ଛାସେବୀମାନଙ୍କୁ ସାମିଲ୍ କରିବା, ଭେଣ୍ଡିଂ ଜୋନ ଚୟନ ସମୟରେ ସେହି ଅଞ୍ଚଳର ଉଠାଦୋକାନୀ କମିଟି ଓ ମହାସଂଘର ସହାୟତା ନେବା, ଟିଭିସି ନିର୍ବାଚନ ମାଧ୍ୟମରେ କରିବା ଏବଂ ବଳପୂର୍ବକ ଉଚ୍ଛେଦ ବନ୍ଦ କରିବା ଆଦି ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଲୋଚନା ସମୟରେ ମେୟର, ଦୁଇ ଡେପୁଟି କମିଶନର ଏହିସବୁ କଥାକୁ ହୃଦୟଙ୍ଗ କରି କହିଲେ ଯେ, ଆମ୍ଭେ କାହାରିକୁ ଉଚ୍ଛେଦ କରୁନାହୁଁ । ସମସ୍ତଙ୍କର ଜୀବନ ଜୀବିକା ରହିଛି । ଥଇଥାନ କରିବା ଆମର ଦାୟିତ୍ଵ । ତେଣୁ ସମସ୍ତଙ୍କୁ ଥଇଥାନ କରାଯିବା ସହ ୯ ଦଫା ଦାବିପତ୍ରକୁ ମାନି ନେଇଥିଲେ ଏବଂ ମହାସଂଘ ବିଏମ୍‌ସିକୁ ସବୁ କ୍ଷେତ୍ରରେ ସହଯୋଗ କରିବ ବୋଲି ଶ୍ରୀଯୁକ୍ତ ସାହୁ ବିଏମ୍‌ସି ଅଧୁକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀ ସାହୁ କହିଛନ୍ତି ଯେ, ଯଦି ବିଏମ୍‌ସି ତାର ପ୍ରତିଶ୍ରୁତିରୁ ଓହରିଯାଏ, ତେବେ ଆଗାମୀ ଦିନରେ ଦୁର୍ଗାର ଆନ୍ଦୋଳନ କରା‌ଯିବ ବୋଲି
ଚେତାବନୀ ଦେଇଥିଲେ ।