ଘରେ ଶୋଇଥିଲେ। ହଠାତ୍ ଶୁଭିଲା ବୋମା ମାଡ଼ର ଶବ୍ଦ। ପରିବାର ଲୋକେ ଉଠି ଦେଖିଲା ବେଳକୁ ଜଣାପଡ଼ିଲା ଯେ, ଘରର ଜ୍ବାଇଁ ହିଁ କରିଥିଲା ବୋମାମାଡ଼
ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ମୁସଲିମ ବସ୍ତିରେ। ଖବର ନେବାରୁ ଜଣା ପଡ଼ିଲା ଯେ, ନରସିଂହପୁର ଥାନା ଅନ୍ତର୍ଗତ ମୁସଲମାନ ସାହିର ସୁଲତାନ ମହମ୍ମଦଙ୍କ ଝିଅ ଖୋର୍ଦ୍ଧା ମକୁନ୍ଦ ପ୍ରସାଦ ଗ୍ରାମର ଅବଦୁଲ ମନସୁରଙ୍କୁ ବିବାହ କରିଥିଲେ।

କୌଣସି କାରଣ ପାଇଁ ଦୁଇ ପରିବାର ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଯେଉଁଥିପାଇଁ ମାନସୂର୍ ଶନିବାର ରାତିରେ ଜ୍ବାଇଁ ସହଯୋଗୀଙ୍କ ସହ ଦୁଇଟି ବାଇକରେ ଆସି ନରସିଂହପୁର ମୁସଲମାନ ବସ୍ତିରେ ଦୁଇ ବୋମା ପକାଇ ଥିଲେ। ବୋମାମାଡରେ ଘରର କବାଟ ଝରକା, କାଚ ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଛି।
ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ପୁରୁଷ ନ ଥିବା ଗାଁ

ଆଉ ମାତ୍ର ଦିନ କେତୋଟି ପରେ ଝିଅ ବାହାଘର ହୋଇଥାନ୍ତା। ଘର, ଦ୍ଵାର ଫାଟି ପଡୁଥାନ୍ତ। କିନ୍ତୁ ବାହାଘର ପୂର୍ବରୁ ସବୁ ଛାରଖାର କରିଦେଲେ ଲୁଟେରା।
ଏକ ଡକାୟତ ଗ୍ୟାଙ୍ଗର ୪ ଜଣିଆ ସଦସ୍ୟ ଘରେ ପଶି ବନ୍ଧୁକ ଦେଖାଇ ଲୁଟି ନେଲେ ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ସମେତ ନଗଦ ୩୦ ଲକ୍ଷ ଟଙ୍କା। ଏଭଳି ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଜାହାଙ୍ଗୀରବାଦ ଅଞ୍ଚଳରେ।
ଖବର ନେବାରୁ ଜଣା ପଢ଼ିଛି ଯେ ଜାହାଙ୍ଗୀରବାଦ ଗ୍ରାମର ବିଜୟ ମହାନ୍ତି ଝିଅ ବାହାଘର ପାଇଁ ସୁନାଗହଣା ଏଵଂ ଟଙ୍କା ରଖିଥିଲେ। ଧାର କରଜ କରି ଏସବୁ ଝିଅ ବାହାଘର ପାଇଁ ସଂଚିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ୪ ଜଣ ବନ୍ଧୁକଧାରୀ ଡକାୟତ ଘରେ ପଶି ସବୁ ଗହଣା ଓ ଟଙ୍କା ଲୁଟି ନେଇଥିଲେ। ଏ ନେଇ ବିଜୟ ସାଲେପୁର ଥାନାରେ ଅଭିଯୋଗ କରିବା ପାରେ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଏ ପର୍ଯ୍ୟନ୍ତ ଡ଼କାୟତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ପୁଲିସ ନକଲି; ଠକେଇ ଅସଲି

 

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆସିଛି ଗୁରୁଡିଝାଟିଆ ଥାନା ଗୋବାରା ପଞ୍ଚାୟତ ଓରାଙ୍ଗବାଡ଼ି ଗ୍ରାମରୁ।
ଖବର ନେବାରୁ ଜଣାପଡ଼ିଛି ଯେ, ଜମିବାଡ଼ିକୁ କେନ୍ଦ୍ରକରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ଏପରି ହୋଇଥିଲା ଯେ, ଗ୍ରାମ ୩୮ ବର୍ଷୀୟ ବିକ୍ରମ ଓ ସେହି ଗ୍ରାମର କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଠେଙ୍ଗାରେ ପିଟିଥିଲେ। ଏହାକୁ ତାଙ୍କ ସ୍ତ୍ରୀ ଦେଖୁଥିଲେ ମଧ୍ୟ କିଛି କରି ପାରି ନ ଥିଲେ। ଓଲଟା ବିକ୍ରମଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ ଆକ୍ରମଣକାରୀ। ବିକ୍ରମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ କଟକ SCB ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଗୁରୁଡ଼ିଝାଟିଆ ଥାନା ପୁଲିସ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ପରିସ୍ଥିତିର ଅନୁଧ୍ୟାନ କରୁଛି। ଗ୍ରାମର କିଛି ଲୋକଙ୍କୁ ପୁଲିସ ଅଟକ ରଖିଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।