TT Ads

ଗତକାଲି ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ଆଜି ୮ ନମ୍ୱର୍ ଏବଂ ୧୬ ପ୍ଲାଟଫର୍ମରେ ଭିଡ ଦେଖିବାକୁ ମିଳିଛି। ସ୍ଥିତି ଏଭଳି ହୋଇଛି ଯେ ଟ୍ରେନ ଭିତରୁ ଯାତ୍ରୀଙ୍କୁ ଜିଆରପି ଜୋର୍ ଜବରଦସ୍ତ ବାହାର କରିଛି।

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟା ଘଟଣାର ସମୀକ୍ଷା କରୁଛନ୍ତି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଗତକାଲିର ଘଟଣା ପାଇଁ କିଏ ଦାୟୀ ସେ ନେଇ ଆଲୋଚନା କରୁଥିବା ଜଣା ପଡ଼ିଛି। ଆଗକୁ କିଭଳି ଏଭଳି ସ୍ଥିତି ପୁନର୍ବାର ନ ଘଟିବ ସେ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।
ପ୍ରକାଶ ଥାଉ କି ଗତକାଲି ପ୍ରୟାଗରାଜରେ ବୁଡ଼ ପକାଇବାକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ପରିବାର ଓ ଆହତଙ୍କୁ କ୍ଷତିପୂରଣ ଦେବା ପାଇଁ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି।

TT Ads

Leave a Reply

Your email address will not be published. Required fields are marked *