ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଇପିଏଲ (ଭାରତୀୟ ପ୍ରିମିୟର ଲିଗ୍)। ଆସନ୍ତା ମେ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି।
ଭାଗ ନେବାକୁ ଥିବା ଟିମଗୁଡ଼ିକ ହେଲା ଚେନ୍ନାଇ ସୁପର୍ କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲସ, ରୟାଲ ଚ୍ୟାଲେଞ୍ଜରସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲସ୍, ଗୁଜୁରାଟ ଟାଇଟଲ୍ସ, ଲକ୍ଷ୍ନୌ ସୁପର୍ ଜାଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ ରାଇଜ ହାଇଦ୍ରାବାଦ।
ଏ ଗୃପାରେ ଥିବା ଚେନ୍ନାଇର କ୍ୟାପଟେନ ଋତୁରାଜ ଗାଏକ୍ୱାଟସ ଥିବା ବେଳେ କୋଲକାତାର କ୍ୟାପଟେନ ଅଛନ୍ତି ଆଜିକ୍ୟ ରାହାଣେ, ପଞ୍ଜାବର କ୍ୟାପଟେନ ଅଛନ୍ତି ଶ୍ରେୟସ୍ ଆୟର। ସେହିଭଳି ରାଜସ୍ଥାନର ଅଛନ୍ତି ସାଞ୍ଜୁ ସାମସନ୍ ଓ ବେଙ୍ଗାଲୁରୁର ଅଛନ୍ତି ରଜତ ପଟିଦାର।
ସେହିଭଳି ବି ଗ୍ରୁପରେ ଭାଗ ନେବାକୁ ଥିବା ଦିଲ୍ଲୀର କ୍ୟାପଟେନ ଅକ୍ଷର ପଟେଲ, ଗୁଜରାଟର ଶୁବମନ୍ ଗିଲ, ଲକ୍ଷ୍ନୌର ରୁସଭ ପନ୍ତ, ମୁମ୍ବାଇର ହାର୍ଦ୍ଦିକ ପାଣ୍ଡିଆ ଓ ହାଇଦ୍ରାବାଦର ପ୍ୟାଟ କମିକ୍ସ କ୍ୟାପଟେନ ରହୁଛନ୍ତି। ଆଜି କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର୍ କିଙ୍ଗସ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ କୋଲକାତାଠାରେ ସନ୍ଧ୍ୟା ସାଢ଼େ ୭ ଟାରେ ଅନୁଷ୍ଠିତ ହେବାକୁ ଯାଉଛି।


