ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଭଳି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘୧୦୯’ ସେବା। ତେବେ ୧୦୯ ଆମ୍ବୁଲାନ୍ସ ‘୧୦୮’ ଭଳି ରୋଗୀଙ୍କୁ ହସ୍ପିଟାଲ ନେବ ନାହିଁ ବରଂ ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଘରେ ନେଇ ପହଞ୍ଚାଇବ ଏବଂ ଘରୁ ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିବ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ
ଫୋନ୍ କରିବାର ୨୦ ରୁ ୩୦ ମିନିଟ ମଧ୍ୟରେ ୧୦୯ ଆମ୍ବୁଲାନ୍ସ ଆସି ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଆରମ୍ଭ ହେବ। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏଥିପାଇଁ ବଜେଟ୍‌ରେ ସ୍ଵତନ୍ତ୍ର ଅର୍ଥ ବରାଦ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଦ୍ବାରା ସରକାରୀ ହସ୍ପିଟାଲରେ ମୃତ୍ୟୁ ପରେ ଶବ ନେବାରେ ଯେଉଁ ସମସ୍ୟା ହେଉଛି ତାହା କମିଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି।
ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଭଳି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘୧୦୯’ ସେବା। ତେବେ ୧୦୯ ଆମ୍ବୁଲାନ୍ସ ‘୧୦୮’ ଭଳି ରୋଗୀଙ୍କୁ ହସ୍ପିଟାଲ ନେବ ନାହିଁ ବରଂ ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଘରେ ନେଇ ପହଞ୍ଚାଇବ ଏବଂ ଘରୁ ମୃତକଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିବ।
ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ।

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କୃମି ନାଶକ ଔଷଧ ଖାଇ ୨୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ୬ ଜଣ ଛାତ୍ରୀ ରହିଥିବା ବେଳେ ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ୧୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି
ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କରଡ଼ାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା କରାଯାଇ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ଅପରପକ୍ଷେ ମେଡିକାଲ କର୍ତ୍ତୃପକ୍ଷଙ୍କ ଏକ ଟିମ୍‌ ବିଦ୍ୟାଳୟକୁ ଯାଇ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ପ୍ରକାଶ ଥାଉ କି ସୋମବାର ବଇଣ୍ଡା ମେଡିକାଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଇଥିଲା। ତେବେ ଔଷଧ ଖାଇବାର ୨ ଘଣ୍ଟା ପରେ ୧୯ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।
ସେହିଭଳି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଥାନେଶ୍ୱରସ୍ଥିତ ବିଦ୍ୟାଳୟରେ କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଚିିକିତ୍ସା ପାଇଁ ସେମାନଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱରସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯିବା ସମୟରେ ଏଭଳି ଅପ୍ରିତିକର ପରିସ୍ଥିତି ଦେଖା ଦେଇଥିଲା।

ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଗତ କିଛିଦିନ ଧରି ଲାଗି ଝାଡାବାନ୍ତି ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି

ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସମେତ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସମେତ ପଞ୍ଚାୟତରାଜ ବିଭାଗ ପ୍ରମୁଖ ସଚିବଙ୍କୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡିଛି। ଏଥିସହିତ ଆସନ୍ତା ୨୪ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହେବା ପାଇଁ ଜିଲ୍ଲାପାଳଙ୍କୁ ନୋଟିସ କରାଯାଇଛି। ପ୍ରକାଶ ଥାଉ କି କଣାସ ଅଞ୍ଚଳର ୪ ପରିବାର ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହାକୁ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ସମର୍ଥନ କରିଥିଲେ।
ସୂଚାଇ ଦିଆଯାଇ ପାରେ ଯେ, ଗତ କିଛି ସପ୍ତାହ ଧରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିବା ବେଳେ ସରକାରୀ ଭାବେ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ତେବେ ଦୟାନଦୀ ପ୍ରଦ୍ୟୁଷଣ କାରଣରୁ ଲୋକେ ଏହାକୁ ବ୍ୟବହାର କରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା କୁହା ଯାଉଛି।