ରାଜନୀତିରେ ପାଦ ଥାପିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନ। ଅସଦୁଦ୍ଦିନଙ୍କୁ ତେଲେଙ୍ଗାନା କଂଗ୍ରେସର ମହାସଚିବ ଭାବେ ନିଯୁକ୍ତ ମିଳିଛି।
ନୂତନ ଦାୟିତ୍ୱ ନେବା ପରେ ଅସଦୁଦ୍ଦିନ କହିଛନ୍ତି ଯେ, ତାଙ୍କ ବାପା ଆଝାରୁଦ୍ଦିନ ଏବଂ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ପ୍ରେରଣାରେ ସେ ରାଜନୀତିରେ ପାଦ ଥାପିଛନ୍ତି। ସେ ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ପ୍ରବେଶ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ୩୫ ବର୍ଷୀୟ ଅସଦୁଦ୍ଦିନ।
ପ୍ରକାଶ ଥାଉ କି ଥରେ ହାଇଦ୍ରାବାଦ କୋଲ୍ଟସ୍‌ ଏକାଦଶ ଏବଂ ଗୋଆ ଭଳି ଦଳ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିଲେ। କ୍ରିକେଟରେ ତାଙ୍କର ୧୧ ଦିନର କ୍ୟାରିୟର ରହିଛି। ଏବେ ସେ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଗଲେଣି।
ସେ କହିଛନ୍ତି ଯେ, ମୁଁ ଲୋକଙ୍କ ମଧ୍ୟରେ ରହିବାକୁ ଏବଂ ସେମାନଙ୍କ ସେବା କରିବାକୁ ଚାହୁଁଛି। ଯଦି ମୋର କାମ ଲୋକଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣେ, ତେବେ ମୁଁ ଅତ୍ୟନ୍ତ ସନ୍ତୋଷ ପକାଶ ପାଇବି।
ଅସଦୁଦ୍ଦିନ କହିଛନ୍ତି ଯେ, ସେ କଂଗ୍ରେସର ବିଚାରଧାରା ଏବଂ ନୀତି ଅନୁସାରେ କାମ କରିବାକୁ ପ୍ରତିଶ୍ରୁତିଦ୍ଧ।
ବିଶେଷକରି ରାହୁଲ ଗାନ୍ଧୀଙ୍କ ସଂଘର୍ଷ ଏବଂ ସାମାଜିକ ନ୍ୟାୟ ପ୍ରତି ତାଙ୍କ ପ୍ରତିବଦ୍ଧତା ରହିଛି। ପିତା ଆଝାରୁଦ୍ଦିନଙ୍କୁ ନିଜ ପାଇଁ ରାଜନୀତିରେ ପ୍ରେରଣାର ଉତ୍ସ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ଅସଦୁଦ୍ଦିନ। ମହମ୍ମଦ ଅସଦୁଦ୍ଦିନ କେବଳ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିପାରିଥିଲେ। ଅସଦୁଦ୍ଦିନ ଜଣେ ସଫଳ ଆଇନଜୀବୀ।
ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜାଙ୍କୁ ବିବାହ କରିଛନ୍ତି ଅସଦୁଦ୍ଦିନ। ତାଙ୍କ ନିଯୁକ୍ତିକୁ ତାଙ୍କ ପିତା ଆଝାରୁଦ୍ଦିନ ମଧ୍ୟ ପ୍ରଶଂସା କରିଛନ୍ତି। ଏ ନେଇ ଆଝାରୁଦ୍ଦିନ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ମୁଁ ଅସଦଙ୍କୁ ଲୋକଙ୍କ ପାଇଁ କାମ କରୁଥିବା ଦେଖିଛି। ତାଙ୍କର ସଚ୍ଚୋଟତା, ସେବା ପ୍ରତି ଆଗ୍ରହ ଏବଂ ସମର୍ପଣ ପ୍ରଶଂସନୀୟ।

ଖଚ, ମିଛ, କୁକର୍ମ କରି ଜଣେ ବଡ଼ ହେଇପାରେ; ହେଲେ ସତକର୍ମ ଆଉ ସଚ୍ଚୋଟପଣିଆ ନ ଥିଲେ କେହି କେବେ ମହାନ ହେଇପାରେନା।
ଆସନ୍ତୁ, କ୍ରିକେଟର ଈଶ୍ୱର ବୋଲି କଥିତ ସଚିନ ତେନ୍ଦୁଲକରଙ୍କ ଜୀବନର ଗୋଟିଏ ଘଟଣା ଜାଣିବା । ଗ୍ଲସେଷ୍ଟରସାୟାର ବିପକ୍ଷରେ ଭାରତ ଖେଳୁଥାଏ । ଇଆନ୍ ଗ୍ରେଗଙ୍କୁ ବୋଲିଂ କରୁଥାନ୍ତି ରବି ଶାସ୍ତ୍ରୀ । ଗ୍ରେଗ ଗୋଟିଏ ବଲକୁ ଡିପ୍ ମିଡ-ୱିକେଟ୍ ଉପର ଦେଇ ବାଉଣ୍ଡରିକୁ ଖେଳିଦେଲେ। ସଚିନ ଉପରକୁ ଅନେଇ ଦଉଡ଼ିଲେ ବଲଟିକୁ ଧରିବା ପାଇଁ। ବଲଟିକୁ ସେ ଧରିନେଲେ ସତ, ହେଲେ ସେତେବେଳକୁ ସେ ବାଉଣ୍ଡରି ଅତିକ୍ରମି ଯାଇଥାଏ । ଅର୍ଥାତ୍, ବଲଟି କ୍ୟାଚ୍ ନହୋଇ ଛକ୍କା ହୋଇସାରିଥାଏ। ତେବେ ସଚିନ ଚାହିଁଥିଲେ, ସେ ତାହାକୁ କ୍ୟାଚ୍ ବୋଲି ଘୋଷଣା କରିପାରିଥାନ୍ତେ। କାରଣ, ସେଠାରେ ତାଙ୍କ ବ୍ୟତୀତ ଆଉ କେହି ଜଣିଏ ବି ନଥିଲେ । ତେଣୁ ସେ ସତ କହୁଛନ୍ତି କି ମିଛ କହୁଛନ୍ତି ସେକଥା କାହାରି ଜାଣିବାର ଜୁ’ ନଥିଲା । ମାତ୍ର ସଚିନ ଉପରକୁ ଦୁଇହାତ ଉଠେଇ ଛକ୍କା ହୋଇଛି ବୋଲି ସୂଚନା ଦେଇଥିଲେ। ସମ୍ଭବତଃ, ଏହି ସଚ୍ଚୋଟପଣିଆ ପାଇଁ ବିଶ୍ୱ କିକେଟରେ ଅନେକ ଷ୍ଟାର ଖେଳାଳି ଥିବା ସତ୍ତ୍ୱେ ସଚିନ୍ ହେଉଛନ୍ତି ଜଣେ। ଆପଣ କଣ କରୁଛନ୍ତି କେହି ଦେଖିବା ବା ଜାଣିବା ଆବଶ୍ୟକ ନାହିଁ।

ରାଜେନ୍ଦ୍ର