ବୁଧବାର ସନ୍ଧ୍ୟାରେ (ସ୍ଥାନୀୟ ସମୟ) କାନଡାର ଅଣ୍ଟାରିଓର ହାମିଲଟନରେ ବସ୍ ଷ୍ଟପରେ ଅପେକ୍ଷା କରିଥିବା ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି

ମୃତକ ହେଲେ ୨୧ ବର୍ଷୀୟା ହରସିମରତ ରନ୍ଧାୱାଙ୍କ ମୃତ୍ୟୁ ହୋଇଛି। ଦୁଇଟି ଗାଡ଼ି ମଧ୍ୟରେ ଗୁଳିଚାଳନା ସମୟରେ ମୋହାକ୍ କଲେଜର ଛାତ୍ରୀଙ୍କ ଦେହରେ ବାଜିଥିଲା।
ହାମିଲଟନ୍ ପୋଲିସ ବର୍ତ୍ତମାନ ହତ୍ୟାକାଣ୍ଡର ତଦନ୍ତ କରୁଛି। ଘଟଣାଟି ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୭:୩୦ ସମୟରେ ଅପର ଜେମ୍ସ ଷ୍ଟ୍ରିଟ୍ ଏବଂ ସାଉଥ୍ ବେଣ୍ଡ ରୋଡ୍ ନିକଟରେ ଘଟିଥିଲା।

ପୁଲିସର କହିବା ଅନୁଯାୟୀ, ଏକ କଳା ସେଡାନରେ ବସିଥିବା ଜଣେ ଯାତ୍ରୀ ଏକ ଧଳା ସେଡାନରେ ଥିବା ଯାତ୍ରୀଙ୍କ ଉପରେ ଗୁଳି ଚଳାଇଥିଲେ। ଫଳରେ ରନ୍ଧାୱାଙ୍କ ଉପରେ ମଧ୍ୟ ଗୁଳି ବାଜିଥିଲା। ପାରାମେଡିକ୍ସ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ଛାତିରେ ଗୁଳି ବାଜିବାରୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଗୁଳିକାଣ୍ଡରେ ଆଲେନବି ଆଭେନ୍ୟୁରେ ଥିବା ନିକଟସ୍ଥ ଏକ ବାସଗୃହକୁ ମଧ୍ୟ କ୍ଷତି ପହଞ୍ଚାଇଛି, ଯେଉଁଠାରେ ବାସିନ୍ଦାମାନେ ଟେଲିଭିଜନ ଦେଖୁଥିଲେ। ଗୁଳିକାଣ୍ଡରେ ପଛପଟ ଝରକା ଭାଙ୍ଗି ଯାଇଛି, କିନ୍ତୁ ଭିତରେ କେହି ଆହତ ହୋଇ ନାହାଁନ୍ତି।

ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ରାନ୍ଧୱାଙ୍କ ମୃତ୍ୟୁ ଉପରେ X ରେ ଏକ ପୋଷ୍ଟରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି “ଓଣ୍ଟାରିଓର ହାମିଲଟନରେ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ।

ସ୍ଥାନୀୟ ପୁଲିସ ଅନୁସାରେ, ସେ ଜଣେ ନିର୍ଦ୍ଦୋଷ ପୀଡିତା ଥିଲେ, ଦୁଇଟି ଯାନ ସହିତ ଗୁଳିକାଣ୍ଡ ଘଟଣାରେ ଏକ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏକ ହତ୍ୟା ତଦନ୍ତ ଚାଲିଛି। ଆମେ ତାଙ୍କ ପରିବାର ସହିତ ଘନିଷ୍ଠ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛୁ।

ଓଡ଼ିଶାର କମିବ ୩ ଲୋକସଭା ଆସନ !

ବିମାନ ଅବତରଣ ବେଳେ ରନୱେରେ ଓଲଟି ପଡ଼ିଲା ବିମାନ। ଫଳରେ ୧୮ ଜଣ ବିମାନ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ବିମାନ ଦୁର୍ଘଟଣା ଘଟିଛି କାନାଡ଼ାର ଟରୋଣ୍ଟୋ ସହରରେ
ଖବର ନେବାରୁ ଜଣାପଡିଛି ଯେ, କାନାଡ଼ାରେ ପ୍ରବାହିତ ହେଉଥିବା ପ୍ରବଳ ବରଫମିଶ୍ରିତ ପବନ ଯୋଗୁଁ ବିମାନଟି ଭାରସାମ୍ୟ ହରାଇ ବସିଥିଲା। ଫଳରେ ବିମାନଟି ଅବତରଣ ବେଳେ ଓଲଟି ପଡ଼ିଥିବା କୁହାଯାଉଛି। ବିମାନ ଦୁର୍ଘଟଣା ପରେ ସୁରକ୍ଷା କର୍ମୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବିମାନରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଗୁରୁତର ଆହତ ହୋଇଥିବା ବେଳେ ଏକ ଶିଶୁର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଶିଶୁ ଏବଂ ଅନ୍ୟ ୧୨ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅପରପକ୍ଷେ ବିମାନ ଦୁର୍ଘଟଣାର କାରଣ ଖୋଜୁଛନ୍ତି ସ୍ଵତନ୍ତ୍ର ବୈଷୟିକ ଟିମ୍। ବିମାନ ଅବତରଣ ଓ ଦୁର୍ଘଟଣାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି।