ବଢ଼ିବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କଳେବର। ଏଥିରେ ଅଧିକ ଗ୍ରାମ ମିଶ୍ରଣ ସହ ଲୋକଙ୍କୁ ସୁଲଭ ଦରରେ ବିକଶିତ ଜମି ବିକ୍ରି କରାଯିବ।
ବିଡିଏରେ ମିଶିବ ଆଉ ୧୪୩ ରାଜସ୍ୱ ଗ୍ରାମ। ବିଡିଏର ୧୫୦ତମ କର୍ତ୍ତୃପକ୍ଷ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ଗ୍ରାମଗୁଡ଼ିକ ମିଶିବା ପରେ ବିଡିଏ ଅଧିକାର କ୍ଷେତ୍ରରେ ଥିବା ମୋଟ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨କୁ ପହଞ୍ଚିବ। ଅନୁମୋଦନ ପରେ ଏହି ପ୍ରସ୍ତାବ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ, ୧୯୮୨ର ଧାରା ୩ ଅନୁଯାୟୀ ରାଜ୍ୟ ସରକାରଙ୍କ ନିକଟକୁ ବିଚାର ଓ ଅନୁମୋଦନ ପାଇଁ ପଠାଯିବ। ପ୍ରକାଶ ଥାଉକି, ୧୯୮୩ରେ ମାତ୍ର ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା। ପରେ ୨୦୦୨, ୨୦୦୩ ଏବଂ ୨୦୧୧ରେ ସମ୍ପ୍ରସାରଣ କରାଯାଇଥିଲା।
ଅନ୍ୟପକ୍ଷରେ ରାଜସ୍ୱ ବୃଦ୍ଧି କରିବାକୁ ବିଡିଏ ବିଭିନ୍ନ ଅଞ୍ଚଳରେ ଥିବା ଏହାର ଜମିକୁ ପ୍ଲଟିଂ କରି ବିକ୍ରି କରିବାକୁ ଯୋଜନା କରିଛି। ଏଥିପାଇଁ ଅନେକ ଜମିକୁ ନିଲାମ ପାଇଁ ଚିହ୍ନଟ କରାଯାଇଛି। ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନ ଉପସ୍ଥାପିତ ହୋଇଥିଲା। ତେବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୫୩୬.୦୮ କୋଟିର ବଜେଟ୍‌ ଅନୁମୋଦନ କରାଯାଇଥିବା ବେଳେ ବିଶେଷ କରି ସହରର ସମ୍ପ୍ରସାରଣ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି

ୱାକଫ୍ ବିଲକୁ କେମିତି ସମର୍ଥନ କଲେ ନିତିଶ ନାଇଡୁ

ବିନା ମଞ୍ଜୁରୀରେ ରାଜଧାନୀରେ ନିର୍ମାଣ ହୋଇଛି ୧୧,୮୦୬ ଘର। ବିଧାନସଭା ଅଧିବେଶନ ସମୟରେ ଏକ ଲିଖିତ ଉତ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।
୨୦୧୮ ରୁ ୨୦୧୯ ମଧ୍ୟରେ, ଏହି ଘରଗୁଡ଼ିକ ମଧ୍ୟରୁ ୭,୨୨୩ଟିକୁ ଏକ ସାଧାରଣ କ୍ଷମା ଯୋଜନା ମାଧ୍ୟମରେ ସଫଳତାର ସହ ନିୟମିତ କରାଯାଇଥିଲା। ଆହୁରି ୪,୫୮୩ ଘରକୁ ନିୟମିତ କରିବାକୁ ବାକି ଅଛି। କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ୨୦୧୫ ରୁ ୨୦୨୩ ମଧ୍ୟରେ ଅନଧିକୃତ କୋଠା ଯୋଜନା ଯୋଗୁଁ ବିଏମସିକୁ ୪୮ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ୨୦୨୪ ମସିହାରେ ଭୁବନେଶ୍ୱର ମହାନଗର ନିଗମ ୧୯୧ଟି ନିର୍ମାଣ ଭାଙ୍ଗି ଦେଇଥିଲା। ଏହା ସହିତ  ବିଡିଏ ୪୯୧ଟି ମାମଲା ଆରମ୍ଭ କରିଥିଲା।
ବିନା ମଞ୍ଜୁରୀରେ ଘର କରି ବିକ୍ରୟ ପରେ ଜଳାଶୟ ଉପରେ ଜବରଦଖଲ ଯୋଗୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି। କେବଳ ପାଞ୍ଚରୁ ୧୦ ପ୍ରତିଶତ କୋଠାର ଦଖଲ ପ୍ରମାଣପତ୍ର ଅଛି।
ଭୁବନେଶ୍ୱରରେ ବିଡିଏ ଅଧୀନରେ ଥିବା ବେଆଇନ ଘର ମଧ୍ୟରୁ ୧୯୧ଟି ଭାଙ୍ଗିବା ନିର୍ଦ୍ଦେଶ ଦିଆଯାଇଥିବା ନିର୍ମାଣ ଏବଂ ୧,୪୪୪ଟି ବିଏମସି ପଞ୍ଜିକୃତ ମାମଲା ରହିଛି। ଏଥିମଧ୍ୟରୁ ୬୩ଟି ବିଡିଏ ମାମଲା ପ୍ରତ୍ୟାହାର କରାଯାଇଛି। ୨୩୭ଟି ବିଚାରାଧୀନ ରହିଛି। ଯେତେବେଳେ ବିଏମସି ୪୫୧ଟି ମାମଲା ସମାଧାନ କରିଛି ଏବଂ ୯୯୩ଟି ଏପର୍ଯ୍ୟନ୍ତ ବିଚାରାଧୀନ ଅଛି।

କମିବାରେ ଲାଗିଛି ଜଙ୍ଗଲ। ବୃଦ୍ଧି ପାଇବାରେ ଲାଗିଛି ଜନବସତି ଅଞ୍ଚଳ। ଏହାର ପ୍ରଭାବରେ ଜଂଗଲୀ ଜନ୍ତୁ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଭୁବନେଶ୍ୱର ଏମ୍ସ ନିକଟରେ ଏବେ ଜଙ୍ଗଲୀ ହାତୀଙ୍କୁ ଦେଖିବାକୁ ମିଳୁଛି।

ଫଳରେ ଏହାର ଆଖପାଖ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ନିକଟ ଚନ୍ଦକା ଡମପଡା ଅଭୟାରଣ୍ୟରୁ କିଛି ହାତୀ ଖାଦ୍ୟ ଅନ୍ୱେଷଣରେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନେଇ ନିକଟ କାଜୁ ଜଙ୍ଗଲକୁ ଆସିଥିଲେ। କିନ୍ତୁ ସକାଳ ହୋଇଯିବାରୁ ଆଉ ଫେରି ପାରି ନାହାଁନ୍ତି। ଫଳରେ ହାତୀ ପଲ ନିକଟସ୍ଥ କାଜୁ ଜଙ୍ଗଲରେ ରହିଯାଇଛନ୍ତି। ସକାଳେ ଏମ୍ସ ହସପିଟାଲକୁ ଆସିଥିବା କିଛି ରୋଗୀଙ୍କ ସଂପର୍କୀୟ ଜଙ୍ଗଲି ହାତୀଙ୍କୁ ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଙ୍କୁ ଘଉଡାଇବା କାର୍ଯ୍ୟରେ ଲାଗିଛନ୍ତି। ହାତୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳର ସିଯୁଆ, ପାତ୍ରପଡ଼ା ଅଶୀଙ୍ଗିନିଆ, ସରକନ୍ତରା, ଡୁମୁଡୁମା ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଅପରପକ୍ଷେ ଲୋକେ ସଜାଗ ରହିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।