ନିକଟରେ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପାଇଁ ତୁର୍କୀ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ବାବା ରାମଦେବ। ସେ କହିଛନ୍ତି ଯେ, ବିମାନ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁର୍କୀ ନେଇଥିଲା। ତେଣୁ କୌଣସି ଏଜେଣ୍ଟକୁ ଲଗାଇ ସେ ଏଭଳି ଷଡ଼ଯନ୍ତ୍ର ରଚିନାହିଁ ତ?
ରାମଦେବ କହିଛନ୍ତି ଯେ ଭାରତକୁ ଏବେ ଏପରି ସମ୍ବେଦନଶୀଳ ମାମଲାରେ ତୁର୍କୀ ଭଳି ବିଦେଶୀ ହସ୍ତକ୍ଷେପ ହ୍ରାସ କରିବାକୁ ପଡ଼ିବ। ରାମଦେବ କହିଛନ୍ତି ଯେ ଏହି ବିମାନ ଦୁର୍ଘଟଣା ଉପରେ ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ।
ସେ ଅହୁରି କହିଛନ୍ତି ଯେ, ଭାରତକୁ ବିମାନ ଚଳାଚଳ କ୍ଷେତ୍ର ଉପରେ ତୀକ୍ଷ୍ନ ନଜର ରଖିବା ଉଚିତ ଯେ ତୁର୍କୀ ଏଭଳି କରି ନିଜର ଶତ୍ରୁତା ଜାହିର କରିନାହିଁ ତ? କାରଣ ଏହାର କମ୍ପାନୀ ପୂର୍ବରୁ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିଲା କିମ୍ବା ଏହା କୌଣସି ଷଡ଼ଯନ୍ତ୍ର ରଚିଛି କି ନାହିଁ।
ପ୍ରକୃତରେ, ଅହମଦାବାଦ ବିମାନ ଦୁର୍ଘଟଣା ପରେ, ତୁର୍କୀକୁ ନେଇ ଆଲୋଚନା ଜୋର ଧରିଛି। ଏହାର କାରଣ ହେଉଛି ତୁର୍କୀର କମ୍ପାନୀ ଟର୍କୀସ୍ ଟେକ୍ନିକ୍ ଭାରତରେ କିଛି ଏୟାରଲାଇନ୍ସ ଯେପରିକି ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋର ମେଣ୍ଟେନାନ୍ସ କାର୍ଯ୍ୟ କରିଆସୁଥିଲା ବୋଲି ସେ କହିଛନ୍ତି।
ବିମାନ କମ୍ପାନୀ ବୋଇଂ ୭୭୭ ଫ୍ଲିଟର ରକ୍ଷଣାବେକ୍ଷଣ ପାଇଁ ଟର୍କୀସ୍ ଟେକ୍ନିକ୍କୁ ଏହାର ବିମାନ ପଠାଉଥିଲା, ଯେଉଁଥିରେ ମୌଳିକ ରକ୍ଷଣାବେକ୍ଷଣ ଏବଂ ପୁନଃନିର୍ମାଣ କାର୍ଯ୍ୟ କରାଯାଉଥିଲା।
ତଥାପି, ଏୟାର ଇଣ୍ଡିଆ ଟର୍କୀସ୍ କମ୍ପାନୀ ସହିତ ଭାରତର ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ଏବଂ କିଛି ଅନ୍ୟ ଦେଶର ବିମାନର ରକ୍ଷଣାବେକ୍ଷଣ କରାଉଥିଲା। କିନ୍ତୁ ଅପରେସନ ସିନ୍ଦୁର ପରେ ତୁର୍କୀ ଯେଭଳି ଭାବରେ ପାକିସ୍ତାନକୁ ସମର୍ଥନ କଲା, ଭାରତରେ ଏହାର ବୟକଟ ଆରମ୍ଭ ହେଲା ଏବଂ ଏୟାର ଇଣ୍ଡିଆ ମଧ୍ୟ ଟର୍କୀସ୍ କମ୍ପାନୀ ସହିତ ଏହାର ଚୁକ୍ତିନାମା ସମାପ୍ତ କରିଛି।
ପ୍ରକାଶ ଥାଉ କି ଗତମାସରେ ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ତୁର୍କୀ ପାକିସ୍ତାନକୁ ଆକ୍ରମଣକାରୀ ଡ୍ରେନ୍ ପଠାଇଥିଲା। ଯାହାକୁ ନେଇ ଭାରତ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏଭଳି ସ୍ଥିତିରେ ତୁର୍କୀ ସାମଗ୍ରୀ ବର୍ଜନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ବ୍ୟବସାୟୀ ସଂଘ ଏବଂ ସାମାଜିକ ଅନୁଷ୍ଠାନ ତୁର୍କୀ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ।