ଦୁଷ୍କର୍ମ କଲା; ଗଲାବେଳେ କହିଗଲା ପୁଣି ଆସିବ। କେବଳ ସେତିକି ନୁହେଁ ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ମୋବାଇଲ୍ରେ ସେଲ୍ଫି ବି ଉଠାଇଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁଣେ ସହରରେ।
ପୁଣେର ଏକ ଆରାମଦାୟକ ଆବାସିକ ସମାଜରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଏହିଭଳି ଭାବେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ପୁଲିସର କହିବାନୁଯାୟୀ, ଅଭିଯୁକ୍ତ ନିଜକୁ ଜଣେ କୋରିୟର ଡେଲିଭରି ପାର୍ଟନର ଭାବରେ ପରିଚୟ ଦେଇ ପୀଡିତାଙ୍କ ଘରକୁ ଯାଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।
ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ସମୟରେ ପୁଣେର କୋନ୍ଧୱା ଅଞ୍ଚଳର ଏକ ଆବାସିକ ସମାଜରେ ଏହି ଘଟଣା ଘଟିଥିଲା। ବ୍ୟକ୍ତି ଜଣକ ପୀଡିତାଙ୍କ ଘରେ ଜଣେ କୋରିୟର୍ ବୟ ହୋଇ ପହଞ୍ଚିଥିଲା। ଅଭିଯୁକ୍ତ କହିଥିଲା ଯେ ସେ ଏକ ବ୍ୟାଙ୍କ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ନେଇ ଆସିଛନ୍ତି।
ପୀଡିତାଙ୍କୁ ଏକ କଲମ ଆଣିବାକୁ କହିଥିଲା। ପୀଡିତା ଜଣକ କଲମ ଆଣିବା ପାଇଁ ଘର ଭିତରକୁ ଯିବାବେଳେ ଅଭିଯୁକ୍ତ କବାଟ ବନ୍ଦ୍ କରି ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି; ସେ ଯୁବତୀଙ୍କ ମୁହଁରେ କିଛି ଗୋଟେ ସ୍ପ୍ରେ କରିବାରୁ ସେ ଅଚେତ ହୋଇ ଯାଇଥିଲେ। ତା’ପରେ ତାଙ୍କୁ ଦୁଷ୍କର୍ମ କରିବାକୁ ସହଜ ହୋଇଥିଲା। ଦୁଷ୍କର୍ମ କରିବା ପରେ ପୀଡିତାଙ୍କ ଫୋନ୍ରେ ସେଲ୍ଫି ଉଠାଇବା ସହ ‘ମୁଁ ପୁଣି ଆସିବି’ ବୋଲି ଏକ ମେସେଜ୍ ଲେଖି ଯାଇଥିବା ସୂଚନା ରହିଛି।

ପୀଡିତା ଯଦି ଏ ସଂକ୍ରାନ୍ତରେ କାହାକୁ କୁହନ୍ତି ତ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ବି ଦେଇଥିଲା ଦୁର୍ବୃତ୍ତ। ପୁଣେ ଭଳି ସହରରେ ଏଭଳି ଏକ ପ୍ରକାର ଦୁଷ୍କର୍ମ ଘଟଣାକୁ ଗୁରୁତର ସହ ବିଚାର କରୁଛି ସ୍ଥାନୀୟ ପୁଲିସ। କିଭଳି ଏଭଳି ଅପରାଧରୁ ସହରକୁ ମୁକ୍ତ ରଖାଯାଇ ପାରିବ ସେ ନେଇ ପୁଲିସ ଲୋକଙ୍କୁ ସଚେତନ କରୁଛି।