କଥାରେ ଅଛି ନଈକେ ବାଙ୍କ୍ ଦେଶକେ ଫାଙ୍କ୍। କେଉଁ ଦେଶରେ କେତେ ପ୍ରକାର ପରମ୍ପରା ରହିଛି। ସେଥି ମଧ୍ୟରୁ ଭିନ୍ନଏକ ପରମ୍ପରା ରହିଛି ଯେଉଁ ପରମ୍ପରା ଅନୁଯାୟୀ ବିବାହ ବେଦୀରେ ବରକୁ ଟଙ୍କା ଗଣିବାକୁ ଦିଆଯାଏ ସେ ଗଣି ନ ପାରିଲେ କନ୍ୟା ପକ୍ଷ ଚାହିଁଲେ ବାହାଘର ଭାଙ୍ଗି ଦେଇପାରିବ। ଏମିତି ଏକ ପରମ୍ପରାରେ ବିହାରରେ ବାହାଘର ଭାଙ୍ଗି ଦେଇଛନ୍ତି କନ୍ୟାପକ୍ଷ ଲୋକେ।
ଘଟଣାଟି ଘଟିଛି ବିହାରର ମୋତିହାରୀ ଅଞ୍ଚଳରେ। ପୂର୍ବ ପ୍ରସ୍ତୁତି ପରେ ଆସିଥିଲା ବିବାହ ଉତ୍ସବ। ବିବାହ ପାଇଁ ଆସିଥିବା ବର ଏବଂ ବରଯାତ୍ରୀ ହସଖୁସିରେ କନ୍ୟା ଘରେ ପହଞ୍ଚିଥିଲେ। ହେଲେ ବିବାହ ରୀତିନୀତି ମଧ୍ୟରେ ହିଁ କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। ବର ସମ୍ପୂର୍ଣ୍ଣ ଅଶିକ୍ଷିତ ଏବଂ ଟଙ୍କା ଗଣି ପାରୁନାହିଁ ବୋଲି କହି କନ୍ୟା ନିଜେ ବାହାଘର ଭାଙ୍ଗିବାକୁ କହିଥିଲା। ଶେଷରେ ତାହା ହିଁ ହୋଇଥିଲା।
ସୂଚନା ମୁତାବକ ଘୋଡ଼ାସହନ ଥାନା ଅଞ୍ଚଳର କଦମବା ଗାଁରୁ ବର, ବରଯାତ୍ରୀଙ୍କୁ ଧରି ପତାହୀ ଥାନା ଅଞ୍ଚଳର ଏକ ଗାଁରେ ପହଞ୍ଚିଥିଲା। ବର ପହଞ୍ଚିବା ପରେ ରାତିରେ ବରଣମାଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରଣମାଳା ପରେ ପରମ୍ପରା ଅନୁଯାୟୀ, କନ୍ୟା ପକ୍ଷ ବରକୁ ଗଣିବା ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ବର ନିଜେ ଟଙ୍କା ଠିକ୍ ଭାବରେ ଗଣି ପାରି ନ ଥିଲା। କନ୍ୟା ଏଥିରେ ଅସନ୍ତୋଷ ପ୍ରକାଶ କରି ବିବାହ କରିବାକୁ ମନା କରିଦେଇଥିଲା।

ଏହା ପରେ, ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ଗାଁ ଲୋକେ ରାତିସାରା ବର ପକ୍ଷକୁ ବନ୍ଧକ ରଖିଥିଲେ। ପରେ ପୁଲିସର ହସ୍ତକ୍ଷେପ ପରେ ପରଦିନ ବର ଏବଂ ବରଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା।
କୁହାଯାଏ ଯେ ଯଦିବା ବିବାହ ବେଦୀ ବର ଟଙ୍କା ଗଣି ନ ପାରିଲେ ବାହାଘର ଭାଙ୍ଗି ଦେବାର ପରମ୍ପରା ଏଠାରେ ପ୍ରଚଳିତ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ବିବାହ ସମୟରେ ଜାଣିଶୁଣି କମ୍ ପରିମାଣର ଟଙ୍କା ଗଣିବାକୁ ଦିଆଯାଇଥାଏ। ଏଥିପାଇଁ ମଧ୍ୟ ବରକୁ ପୂର୍ବରୁ ଅବଗତ କରାଯାଇଥାଏ। ଫଳରେ ପରମ୍ପରା ରକ୍ଷା କରିବାକୁ କେବଳ ଟଙ୍କା ଗଣତି ପ୍ରକ୍ରିୟା ହୋଇଥାଏ ଓ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତେବେ ଏଭଳି କାହିଁଁକି ହେଲା ତାକୁ ନେଇ ପୁଲିସ ତଦନ୍ତ କରୁଛି।