TT Ads
ନକଲି ଡିଗ୍ରୀ ତିଆରି ଏବଂ ବିକ୍ରି ଅଭିଯୋଗରେ ହାପୁରର ପିଲଖୁୱାରେ ଅବସ୍ଥିତ ମୋନାଡ ବିଶ୍ୱବିଦ୍ୟାଳୟରେ ତଦନ୍ତ ଆରମ୍ଭ କରିଛି ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌। ଏସ୍‌ଟିଏଫ୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ଚଢ଼ଉ କରାଯାଇଛି
ମୋନାଡ ବିଶ୍ୱବିଦ୍ୟାଳୟର ମାନ୍ୟତା ବାତିଲ ସମ୍ପର୍କରେ ହାପୁରର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ଏସପି ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି। ଏହି ମାମଲାରେ ପୁଲିସ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ବିଜେନ୍ଦ୍ର ସିଂହ ହୁଡାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଛାତ୍ରଛାତ୍ରୀମାନଙ୍କଠାରୁ ଗୋଟିଏ  ନକଲି ଡିଗ୍ରୀ ପାଇଁ ୫୦ ହଜାରରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ପୁଲିସ ପ୍ରଶାସନ ଜାଣିବାକୁ ପାଇଛି।
ବିଶ୍ୱବିଦ୍ୟାଳୟର ମାନ୍ୟତା ବାତିଲ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଭିଷେକ ପାଣ୍ଡେ ଏବଂ ଏସପି ଜ୍ଞାନଞ୍ଜୟ ସିଂହ। ଆଗକୁ ନକଲି ଡିଗ୍ରୀର ଏହି ଖେଳରେ ଅନ୍ୟ ରାଜ୍ୟରେ ମଧ୍ୟ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇପାରେ। ବିଶ୍ୱବିଦ୍ୟାଳୟରୁ ନକଲି ଡିଗ୍ରୀ ବିକ୍ରି ହେଉଥିବାର ସୂଚନା ଏସଟିଏଫକୁ ଗୋଟିଏ ମାସ ପୂର୍ବରୁ ମିଳିଥିଲା।
ଏଠାରୁ ନକଲି ଡିଗ୍ରି ହାସଲ କରି ସରକାରୀ ଚାକିରି ପାଉଥିବା ଲୋକଙ୍କ ମଧ୍ୟରେ ହରିୟାଣା, ବିହାର ଏବଂ ମହାରାଷ୍ଟ୍ରର ଯୁବବର୍ଗମାନେ ଅଧିକ ରହିଛନ୍ତି। ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଯୁବବର୍ଗମାନେ ଏହି ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି ଏବଂ ଘରୋଇ ତଥା ସରକାରୀ ପ୍ରତିଷ୍ଠାନରେ କାମ କରୁଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ମୋନାଡ୍‌ ଅଧ୍ୟକ୍ଷ ବିଜେନ୍ଦ୍ର ସିଂହ ୨୦୨୦ ମସିହାରେ ବିଶ୍ୱବିଦ୍ୟାଳୟରେ ନକଲି ଡିଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ଯେଉଁଥିରେ ବିଭିନ୍ନ ସହରରେ ଏଜେଣ୍ଟ ନିଯୁକ୍ତ କରି ସେମାନେ ଯୁବବର୍ଗମାନଙ୍କୁ ଫସାଉଥିଲେ।
TT Ads

Leave a Reply

Your email address will not be published. Required fields are marked *