TT Ads

ଆମେରିକାରେ ଭିସା ରଦ୍ଦ କରାଯାଇଥିବା ୩୨୭ ଜଣ ଛାତ୍ରଙ୍କ ମଧ୍ୟରେ ପ୍ରତିଶତ ଭାରତୀୟ ଛାତ୍ର ରହିଛନ୍ତି ବୋଲି ଆମେରିକୀୟ ଇମିଗ୍ରେସନ ଲୟର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି।

ଏକ ସମ୍ବାଦ ସରବୋରହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଇମିଗ୍ରେସନ ଲୟର୍ସ ସଂସ୍ଥା କହିଛି ଯେ ଏହା ଓକିଲ, ଛାତ୍ର ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କଠାରୁ ଭିସା ରଦ୍ଦ ଏବଂ ଛାତ୍ର ଏବଂ ବିନିମୟ ପରିଦର୍ଶକ ସୂଚନା ପ୍ରଣାଳୀ ରଦ୍ଦର ୩୨୭ ରିପୋର୍ଟ ସଂଗ୍ରହ କରିଛି।

ଆମେରିକୀୟ ଇମିଗ୍ରେସନ୍ ଲୟର୍ସ ଆସୋସିଏସନ୍ (ଏଆଇଏଲ୍‌ଏ) ଦ୍ୱାରା ସଂଗୃହୀତ ରିପୋର୍ଟ ଅନୁଯାୟୀ, ମୋଟ ୨୭ ଜଣ ଅନ୍ତର୍ଜାତୀୟ ଛାତ୍ରଙ୍କ ଅଧ୍ୟୟନ ଭିସା ବାତିଲ କରାଯାଇଥିବା ବେଳେ ସେଥିରେ ସର୍ବାଧିକ ଭାରତୀୟ ରହିଛନ୍ତି। ଭାରତ ପରେ ସର୍ବାଧିକ ଚୀନର ଛାତ୍ରଛାତ୍ରୀଙ୍କ ଭିସା ବାତିଲ କରାଯାଇଛି। ୧୪ ପ୍ରତିଶତ ଚୀନର ଛାତ୍ରଛାତ୍ରୀଙ୍କ ଭିସା ପ୍ରତ୍ୟାହାର କରିଛି ଆମେରିକା।

ଦ ଡିପାର୍ଟମେଣ୍ଟ୍‌ ଅଫ୍‌ ଷ୍ଟେଟ୍‌ଓ (ଡିଓଏସ୍‌) ଓ ଇମିଗ୍ରେସନ୍ ଆଣ୍ଡ୍‌ କଷ୍ଟମ୍ସ ପ୍ରବର୍ତ୍ତନ (ଆଇସିଇ) ଆନ୍ତର୍ଜାତୀୟ ଛାତ୍ରମାନଙ୍କୁ ଆକ୍ରମଣାତ୍ମକ ଭାବରେ ଟାର୍ଗେଟ କରୁଛନ୍ତି ବୋଲି ଆସୋସିଏସନ୍ ଏକ ରିପୋର୍ଟରେ କହିଛି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଗତ ମାସର ଶେଷ ଭାଗରେ, ସଚିବ ରୁବିଓ କହିଛନ୍ତି ଯେ ଡିଓଏସ୍‌ ୩୦୦ରୁ ଅଧିକ ଛାତ୍ର ଭିସା ବାତିଲ କରିଛି ଏବଂ ଏକ ନୂତନ “କ୍ୟାଚ୍ ଆଣ୍ଡ୍ ରିଭୋକ୍” କାର୍ଯ୍ୟକ୍ରମ ଘୋଷଣା କରିଛି। ଯାହା ଛାତ୍ର ଭିସା ଧାରକଙ୍କ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ ଯାଞ୍ଚ କରିବା ପାଇଁ ଏଆଇ ଦ୍ବାରା ସମୀକ୍ଷା କରାଯାଉଛି।

୧୦ ବର୍ଷରେ ଆମେରିକାରୁ ୧୫, ୭୫୬ ଭାରତୀୟଙ୍କୁ ବିଦା

TT Ads

Leave a Reply

Your email address will not be published. Required fields are marked *