TT Ads

ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ପରିପ୍ରେକ୍ଷୀରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହେବାରେ କୌଣସି ବାଧା ନାହିଁ ବୋଲି ରାୟ ଦେବା ପରେ ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ତୁରନ୍ତ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ ଓବିସି ଫୋରମ ଦାବି କରିଛି

୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ସରକାରୀ ଚାକିରିରେ ୨୭ ପ୍ରତିଶତ ପଛୁଆବର୍ଗ ସଂରକ୍ଷଣ ଲାଗୁ କଲେ । ବହୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଏହି ଘୋଷଣାକୁ ସମ୍ମାନ ଜଣାଇ ନିଜ ନିଜ ରାଜ୍ୟରେ ପଞ୍ଚୁଆବର୍ଗଙ୍କ ପାଇଁ ୨୭ ଭାଗ ସଂରକ୍ଷଣ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଓଡ଼ିଶା ସରକାର ମଣ୍ଡଳ କମିଶନର ଏହି ସୁପାରିଶ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ପଛେ ଏହାକୁ ଲାଗୁ କଲେନାହିଁ ।

ପରେ ସୁପ୍ରିମକୋର୍ଟ ଆଇନ ଅନୁଯାୟୀ ଓ ସମ୍ବିଧାନ ଅନୁଯାୟୀ ମଣ୍ଡଳ କମିଶନ କାର୍ଯ୍ୟକାରୀ ହେବା ବିଧ ସମ୍ମତ ବୋଲି ମତ ଦେବା ପରେ ଓଡ଼ିଶା ସରକାର ପଛୁଆବର୍ଗଙ୍କ ପାଇଁ ୨୭ ଭାଗ ସଂରକ୍ଷଣ ଲାଗୁ କରିବାକୁ ବାଧ୍ୟ ହେଲେ।
କିନ୍ତୁ ୨୦୦୭ ମସିହା ଏପ୍ରିଲ ୧୭ ତାରିଖରେ ପ୍ରଶାସନିକ ଟ୍ରିବୁନାଲର ଏକ ରାୟ ପରିପ୍ରେକ୍ଷୀରେ ଏହି ସଂରକ୍ଷଣକୁ ପୁନଶ୍ଚ ପ୍ରତ୍ୟାହାର କରିନେଲେ। ପରେ ଏହାକୁ ୧୧.୨୫କୁ କମାଇ ଦେଇ ଆଜି ପର୍ଯ୍ୟନ୍ତ ଲାଗୁ କରି ଚାଲିଛନ୍ତି । କିନ୍ତୁ ଆଇଆଇଟି, ଆଇଆଇଏମ୍ ମାନଙ୍କରେ ଓ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ନାମ ଲେଖା କ୍ଷେତ୍ରରେ ଦୀର୍ଘ ୨୦ ବର୍ଷ ହେଲା କେନ୍ଦ୍ର ସରକାର ଓବିସି ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ଦେଉଥିବା ବେଳେ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ତାହା ଲାଗୁ କରିନାହାନ୍ତି।

ଗତକାଲି ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ପରିପ୍ରେକ୍ଷୀରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହେବାରେ କୌଣସି ବାଧା ନାହିଁ ବୋଲି ରାୟ ଦେବା ପରେ ଓଡ଼ିଶାରେ ପଞ୍ଚୁଆବର୍ଗଙ୍କ ପାଇଁ ତୁରନ୍ତ ୨୭ ଭାଗ ସଂରକ୍ଷଣ ଲାଗୁ କରିବାକୁ ଓବିସି ଫୋରମ ଦାବି କରିଛି । ଫୋରମର ରାଜ୍ୟ ଅଧ୍ଯକ୍ଷ ରବି ବେହେରା ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖୁ ଓଡ଼ିଶାରେ ଓବିସିଙ୍କ ପାଇଁ ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହା ବ୍ୟତୀତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ରାଜ୍ୟର ପଛୁଆବର୍ଗଙ୍କୁ ୨୭ ଭାଗ ସଂରକ୍ଷଣ ଦେବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖଥାଉକି, ଗତକାଲିର ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟପ୍ରଦେଶରେ ସମୁଦାୟ ସଂରକ୍ଷଣ ୭୩ ପ୍ରତିଶତ (ଓବିସି ୨୭ଭାଗ+ଅନୁସୂଚିତ ଜାତି ୧୬ ଭାଗ+ ଅନୁସୂଚିତ ଜନଜାତି ୨୦ ଭାଗ+ଇଡବ୍ଲ୍ୟୁଏସ୍ ୧୦ ଭାଗ=୭୩ଭାଗ)କୁ ବୃଦ୍ଧି ପାଇଛି । ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ସୁପ୍ରିମକୋର୍ଟ ଗତକାଲି ରଠାଇ ଦେଇଛନ୍ତି। ତେଣୁ ଓଡ଼ିଶାରେ ଓବିସିଙ୍କ ପାଇଁ ନିଯୁକ୍ତି ଓ ନାମ ଲେଖା କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ଲାଗୁ ହେବା କୌଣସି ଆଇନଗତ କଟକଣା ନାହିଁ ବୋଲି ଓବିସି ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଏହି ଚିଠିରେ ଦର୍ଶାଯାଇଛି।

ତେଣୁ ରାଜ୍ୟ ସରକାର ଓବିସିଙ୍କ ସ୍ୱାର୍ଥକୁ ଆଖ ଆଗରେ ରଖି ୨୭ ଲାଗ ସଂରକ୍ଷଣ ଅବିଳମ୍ବେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏହା ବ୍ୟତୀତ ଗତ ସରକାର ସମୟରେ ପଛୁଆବର୍ଗ କମିଶନ ପକ୍ଷରୁ ଯେଉଁ ଓବିସି ସଂରକ୍ଷଣ କରାଯାଇଥିଲା ତାହାର ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ବିଜେପି ସରକାର ଆସିବାର ୯ ମାସ ମଧ୍ୟରେ ୨୬ ହଜାର ପିଲାଙ୍କୁ ସରକାରୀ ଗଳିରି ଦିଆଯାଇଛି ବୋଲି ନିଜେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। କିନ୍ତୁ ରାଜ୍ୟରେ ଓଡିସିଙ୍କ ପାଇଁ ୨୭ ଭାଗ ସଂରକ୍ଷଣ ଲାଗୁ ହୋଇନଥିବାରୁ ଏହି ବର୍ଗର ଯୁବକଯୁବତୀମାନେ ୧୦ ହଜାରରୁ ଉର୍ଦ୍ଧ୍ବ ଚାକିରି ହରାଇ ସାରିଛନ୍ତି ।

ନବୀନଙ୍କ ପରାମର୍ଶ: ଦଳୀୟ ଶୃଙ୍ଖଳା ରକ୍ଷା କର

TT Ads

Leave a Reply

Your email address will not be published. Required fields are marked *