TT Ads

ରାଜ୍ୟର ୩ ପ୍ରମୁଖ ସହର ଯଥା ପୁରୀ, ସମ୍ବଲପୁର ଆଉ ରାଉରକେଲାରେ ଦୀର୍ଘଦିନ ଧରି ଅଟକି ରହିଥିଲା ପୌର ନିର୍ବାଚନ। ସହରବାସୀ ପୌର ମତଦାନରୁ ବଞ୍ଚିତ ହୋଇଥିଲେ।

ଏବେ ଏହିସବୁ ସହରରେ ହାଇକୋର୍ଟ ପୌର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ମତଦାନର ବାଟ ଫିଟିଛି। ଗତ ୧୧ ବର୍ଷ ହେଲା ବନ୍ଦ ଥିବା ପୁରୀରେ ଗତ ୬ ବର୍ଷ ହେଲା ପୌର ନିର୍ବାଚନ ବନ୍ଦ ରହିଛି। ତେବେ ଏନେଇ ହାଇକୋର୍ଟଙ୍କ ଶୁଣାଣି ପରେ, ପୁଣିଥରେ ଏହି ୩ ସହରରେ ପୌର ନିର୍ବାଚନ ଆରମ୍ଭ ହେବ। ଏସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି। ପୂର୍ବି ସରକାରଙ୍କ ଅମଳରେ ପୌର ନିର୍ବାଚନ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା। ଏହି ୩ ସହରରେ ପୁଣିଥରେ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ତେଣୁ ଆଲୋଚନା ମୁତାବକ ଏହିସବୁ ସହରରେ ପୌର ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ଏହିସବୁ ସହରରେ ପୌର ନିର୍ବାଚନ ନ କରିବାକୁ ଅଦାଲତରେ ମାମଲା ଦାୟର ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଦାଲତ ଅନୁମତି ଦେବା ପରେ ମଧ୍ୟ ହୋଇପାରି ନ ଥିଲା। ଏବେ ସହରର ର୍ସ୍ଥକୁ ଦୃଷ୍ଟିରେ ରଖି ପୂର୍ବ ଭଳି ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ।

 

TT Ads

Leave a Reply

Your email address will not be published. Required fields are marked *