Police arrested IIT Baba
କିଛିଦିନ ଧରି ବିବାଦ ପରିସରକୁ ଆସିଥିବା ଆଇଆଇଟି ବାବାଙ୍କୁ ଗିରଫ କଲା ପୁଲିସ। ସେ ଏକ ସାମାଜିକ ଗଣମାଧ୍ୟମରେ ଆତ୍ମହତ୍ୟା ଧମକ୍ ଦେବାରୁ ଶିପ୍ରା ପଥ ପୁଲିସ ତାଙ୍କୁ ଗିରଫ କରିଥିବା ଜଣଶପଡ଼ିଛି। ସେ ଜୟପୁରର କ୍ଲାସିକ୍ ହୋଟେଲ୍ରେ ରହୁଥିବା ସମୟରେ ପୁଲିସ ତାଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। ଗିରଫ ବେଳେ ଅଭୟ ସିଂହଙ୍କଠାରୁ ଗଞ୍ଜେଇ ଉଦ୍ଧାର କରାଯାଇଛି। ଗଞ୍ଜେଇ ମିଳିବା ପରେ ତାଙ୍କ ବିରୋଧରେ ଏନଡିପିଏସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ପୁଲିସ ଆଇଆଇଟି ବାବାଙ୍କୁ ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ ଗତ କୁମ୍ଭମେଳା ସମୟରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥିଲେ ବହୁ ଚର୍ଚ୍ଚିତ ଆଇଆଇଟି ବାବା ଓରଫ୍ ଅଭୟ ସିଂ। ସେ ଆଇଆଇଟି ଚାକିରି ଛାଡ଼ି ଅଘୋରି ବାବା ସାଜିଥିବାରୁ ବିଭିନ୍ନ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ସେ କିଭଳି ଅଘୋରି ବାବା ସାଜିଥିଲେ ସେ ନେଇ କେତେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇପଡ଼ିଥିଲେ। ବାବା ହେବା ପାଇଁ ତାଙ୍କୁ ହାଡ ଚୋବାଇବାକୁ ପଡ଼ିଥିଲା ଏବଂ ମଦ୍ୟପାନ କରିବାକୁ ପଡ଼ିଥିଲା ବୋଲି କହିବାରୁ ବିଭିନ୍ନ ମହଲରେ ବିବାଦୀୟ ହୋଇପଡ଼ିଥିଲେ।
ଗତ ଫେବ୍ରୁଆରି ୨୮ ତାରିଖରେ ନୋଏଡାରେ ଏକ ଘରୋଇ ଟିଭି ଚ୍ୟାନେଲ ବିତର୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କିଛି ଗେରୁଆ ପୋଷାକ ପିନ୍ଧିଥିବା ଲୋକ ସମ୍ବାଦଗୃହକୁ ଆସି ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କୁ ବାଡ଼ିରେ ପିଟିଥିଲେ। ଆଇଆଇଟି ବାବା ସେକ୍ଟର ୧୨୬ରେ ଥିବା ପୁଲିସ ଆଉଟପୋଷ୍ଟ ବାହାରେ ନ୍ୟାୟ ଦାବି କରି ବସିରହିଥିଲେ। କିନ୍ତୁ ପରେ ପୁଲିସ ତାଙ୍କୁ ବୁଝାଇବାରୁ ସେ ପ୍ରତିବାଦ ପ୍ରତ୍ୟାହାର କରିଥିଲେ। କିନ୍ତୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରି ସେ ଆତ୍ମହତ୍ୟା ପାଇଁ ଧମକ୍ ଦେଇଥିବା କୁହାଯାଉଛି।