TT Ads

Beggar Murder in jajapur road military square

ଯାଜପୁର ରୋଡ ମିଲିଟାରୀ ଛକରେ ଘଟିଛି ଏକ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଣେ ବୃଦ୍ଧା ଭିକାରୀ। ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲା ସଞ୍ଜୟ ନାଥ (୩୨)। ଭିକାରି ନିକଟବର୍ତ୍ତୀ ଅଞ୍ଚଳରେ ଭିକ ମାଗି ପେଟ ପୋଷୁଥିଲେ। ଗତକାଲି ରାତିରେ ସଞ୍ଜୟ ନିଜ ପିଲାଙ୍କୁ ଟିଉସନ କରୁଥିବା ବେଳେ ତାଙ୍କର ଭିକାରୀ ସହ ବଚସା ହୋଇଥିଲା। ସଞ୍ଜୟ ରାଗିଯାଇ ପ୍ରଥମେ ଭିକାରୀଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ପରେ ଗଳାକାଟି ହତ୍ୟା କରିଥିବା ଜଣା ପଡ଼ିଛି। ସୋମବାର ବୃଦ୍ଧ ଭିକାରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତ ଭିକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ପୋଲିସ ଜାଣିବାକୁ ପାଇଛି। ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି। ଯାଜପୁର ଜିଲ୍ଲାରେ କିଛିଦିନ ଧରି ହତ୍ୟାକାଣ୍ଡ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ସପ୍ତାହରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ହତ୍ୟା କରଯାଇଥିଲା। ଯାହାକୁ ନେଇ ଲୋକେ ପୁଲିସକୁ ଦାୟୀ କରିଛନ୍ତି।

Beggar Murder in jajapur road military square

ପତ୍ରିକା ବିଭାଗ ପରିଦର୍ଶନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ |

OJ Ads

Leave a Reply

Your email address will not be published. Required fields are marked *